October 24, 2025
Home » ଟ୍ରାକ୍ଟର ଡ୍ରାଇଭରଙ୍କ ସାହସିକ ମାନବିକତା,ନାଳର ପ୍ରଖର ସ୍ରୋତରୁ ବଞ୍ଚାଇଲେ ତିନି ମହିଳାଙ୍କ ଜୀବନ।

ଟ୍ରାକ୍ଟର ଡ୍ରାଇଭରଙ୍କ ସାହସିକ ମାନବିକତା,ନାଳର ପ୍ରଖର ସ୍ରୋତରୁ ବଞ୍ଚାଇଲେ ତିନି ମହିଳାଙ୍କ ଜୀବନ।

0
WhatsApp Image 2025-09-05 at 6.39.37 PM

 

ଥୁଆମୂଲ ରାମପୁର ବ୍ଲକ ବଡବଫଲା ଗ୍ରାମର ଦୁଇ ଯୁବତୀ ଓ ଅଡ୍ରି ଗ୍ରାମର ଜଣେ ମହିଳା ଚାନ୍ଦଗିରୀ ନାଳ ନିକଟରେ କାମ କରୁଥିବା ବେଳେ ବର୍ଷା ହେଇଥିଲା। ବର୍ଷାରୁ ବର୍ତ୍ତିବା ପାଇଁ ତିନି ଜଣ ପୋଲ ତଳେ ଆଶ୍ରୟ ନେଇଥିଲେ।ଏହି ସମୟରେ ନାଳ ଉପର ମୁଣ୍ଡରେ ପ୍ରଵଳ ବର୍ଷା ଯୋଗୁଁ ତିବ୍ର ବେଗରେ ପାହାଡିଆ ବର୍ଷା ପାଣି ମାଡି ଆସିଥିଲା। ଫଳରେ ଜୀବନ ବଞ୍ଚାଇବା ପାଇଁ ଯୁବତୀ ଓ ମହିଳା କୂଳକୁ ଫେରି ନପାରି ଭାସି ଯିବା ଆଶଙ୍କାରେ ଚିତ୍କାର କରିଥିଲେ। ସେହି ସମୟରେ ସେହି ରାସ୍ତା ଦେଇ ଟ୍ରାକ୍ଟର ନେଇ ଯାଉଥିବା ଡମୁ ମୁଦୁଲି ଚିତ୍କାର ଶୁଣି ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ । ପରେ ଗାଁ ଲୋକଙ୍କ ସହଯୋଗରେ ଦଉଡ଼ି ସହାୟତାରେ ପୋଲ ତଳକୁ ଯାଇ ୩ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ନିଜ ଜୀବନକୁ ଖାତିର ନକରି ଦଉଡି ମାଧ୍ୟମରେ ନାଳର ପ୍ରଖର ସ୍ରୋତକୁ କାଟି ତିନି ଜୀବନକୁ ଫେରାଇ ଆଣିଛନ୍ତି ଡ୍ରାଇଭର ଡମୁ ମୁଦୁଲି।
ଟ୍ରାକ୍ଟର ଡ୍ରାଇଭର ଙ୍କ ଏହି ସାହସିକ ମାନବିକତା ପାଇଁ ସମସ୍ତେ ପ୍ରଶଂସା କରିଛନ୍ତି।

kalahandi  jilla epa ru ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *