December 27, 2025
Home » ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗରେ ନିବେଶକ ସଚେତନତା କାର୍ଯ୍ୟକ୍ରମ

ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗରେ ନିବେଶକ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-09-11 at 12.21.37 PM

 

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ର ମିଳିତ ଆନୁକୂଲ୍ୟରେ, ସେବି (SEBI) ପ୍ରାୟୋଜିତ ଏକ ନିବେଶକ ସଚେତନତା କାର୍ଯ୍ୟକ୍ରମ ଆଜି ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜନ ହୋଇଯାଇଛି ।

ଏହି କର୍ଯ୍ୟକ୍ରମଟି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ସ୍ନାତ୍ତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଙ୍କ ପ୍ରେରଣା ରେ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ସେବି (SEBI) ସ୍ମାର୍ଟ ପ୍ରଶିକ୍ଷକ ଶ୍ରୀ ସନ୍ତୋଷ ନାୟକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନିବେଶର ଆନେକ ଦିଗ ଉପରେ ଆଲୋକପାତ କରିଥିଲେ । ବିଭାଗର ସଂଯୋଜକ ଡ. ଶକ୍ତି ରଞ୍ଜନ ଦାଶ, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ସଭା ଆରମ୍ଭ କରିଥିଲାବେଳେ ବିଭାଗର ସହକାରୀ ପ୍ରଫେସର ଡ. ମହେଶ୍ବର ସେଠୀ, ଡ. ଚନ୍ଦ୍ରିକା ପ୍ରସାଦ ଦାସ, ଡ. ଜୀନତା ପଟ୍ଟନାୟକ ଓ ଶ୍ରୀ ନିତ୍ୟରଞ୍ଜନ ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱଗତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀ ସନ୍ତୋଷ ନାୟକ ଆର୍ଥିକ ବ୍ୟବସ୍ଥାରେ ସେବି ର ଭୂମିକା, ସଞ୍ଚୟ ବନାମ ବିନିଯୋଗ, ଆର୍ଥିକ ପରିକଳ୍ପନା ପଦକ୍ଷେପ, ବିପଦ ଓ ଲାଭ ସମ୍ବନ୍ଧୀୟ ମାଟ୍ରିକ୍ସ, ସୁ ବିଚାରିତ ବିନିଯୋଗ ପ୍ରକ୍ରିୟା, ବିନିଯୋଗର ପୂର୍ବରୁ ବିବେଚନୀୟ ପ୍ରାଥମିକ କାରଣ, ଠକେଇ କାରିଙ୍କୁ କିପରି ପରିଚୟ କରିବେ, ଇତ୍ୟାଦି ଉପରେ ବ୍ୟାପକ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା। ଏହି କାର୍ଯକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୟପୂର୍ଣ୍ଣ କାର୍ଯ୍ୟକ୍ରମ ହେଇଥିବାରୁ ଏହାର ସଫଳତା ପାଇଁ ବିଭାଗ ସମସ୍ତଙ୍କ ନିକଟରେ ଉଚ୍ଚ ପ୍ରସଂଶିତ ହୋଇଛି |

 

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *