ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୬୪୨୨ ମାମଲାର ଫଇସଲା
ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ କୋରାପୁଟ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ଅଦାଲତରେ ଜିଲ୍ଲା ଦୌରା ଜଜ କୋରାପୁଟ ଶ୍ରୀ ପ୍ରଦୀପ କୁମାର ମହନ୍ତ, ବରିଷ୍ଠ ଦେବାନି ବିଚାରପତି ଶ୍ରୀ ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ସଚିବ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ଏସ. ଶୁଭଲକ୍ଷ୍ମୀ, ରେଜିସ୍ଟ୍ରାର ଶ୍ରୀ ବିଷ୍ଣ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀ ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ଶ୍ରୀ ହରମନ ଦାଶ, ଦ୍ବିତୀୟ ଶ୍ରେଣୀ ବିଚାରବିଭାଗ ଦଣ୍ଡାଧିକାରୀ ସୁଶ୍ରୀ ଦୀକ୍ଷ୍କ୍ୟ ରାଉତରାଏ, ପ୍ରଜ୍ଞାସୁମନ ମହାପାତ୍ର ପ୍ରମୁଖ ଜୟପୁର ମୁଖ୍ୟାଳୟରେ ବିଭିନ୍ନ ବେଞ୍ଚରେ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫୈଇସଲା କରିଥିଲେ । ସେହିପରି କୋରାପୁଟ,କୋଟପାଡ, ଲକ୍ଷ୍ମୀପୁର, ସେମିଲିଗୁଡା, ବୋରିଗୁମ୍ମା,ଦଶମନ୍ତପୁର ଓ ଲମତାପୁଟରେ ରହିଥିବା କୋର୍ଟ ପରିସରରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଇଥିଲା। ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ ଜିଲ୍ଲା ପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର, ଆଞ୍ଚଳିକ ପରିବହନ କାର୍ଯ୍ୟଳୟ, ମାନଙ୍କ ଦ୍ଵାରା ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ୱ ବିବାଦର ଫଇସଲା କରାଯାଇଥିଲା।
ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ୩୭ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫୈଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ବାଦି ମାନଙ୍କୁ ୨,୮୭,୧୦,୦୦୦/- ଟଙ୍କ। କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରଯାଇଥିଲା, ସେହିପରି ୧୨ ଗୋଟି ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ୧୯ଗୋଟି ବ୍ୟଙ୍କ ରୁଣ ମାମଲା, ଫୈଇସଲା କରି ୨୧,୭୭,୮୬୭/- ଟଙ୍କା ବକେୟା ଆଦାୟ ହୋଇଥିଲା, ୦୬ଗୋଟି ବୈବାହିକ ମାମଲା, ୫୦ଗୋଟି ଦେବାନୀ ମାମଲାର ଫଇସଲା କରାଯାଇ ୭୨,୫୦,୦୦୦ ଧାର୍ଯ୍ୟ କରାଗଲା, ଏହାସହିତ ୩୬ ଗୋଟି N.I. Act ମାମଲା ର ଫଇସଲା କରାଯାଇ ୭୮,୧୨,୭୬୭/-ଟଙ୍କା ଧାର୍ଯ୍ୟ ହେଇଥିଲା, ସେହିପରି ୨୬୬ଗୋଟି ଅନ୍ୟାନ୍ୟ ଫଉଜଦାରି ମାମଲାର ଫଇସଲା କରାଯାଇ ଥିଲା,୧,୦୦,୦୦୦ ଧାର୍ଯ୍ୟ କରାଗଲା, ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ-ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କ ଦ୍ଵାରା ମୋଟୋ ୫୩୨୭ ରାଜସ୍ୱ ବିବାଦର ଫଇସଲା କରାଯାଇ ୩,୦୮,୬୬୪/-ଟଙ୍କା ଅଦାୟ କରଯାଇଥିଲା। ସର୍ବମୋଟ ବିଚାରଦିନ ବିବାଦୀୟ ମାମଲା ୫୭୫୩ ବିଚାର କରାଯାଇ ୪,୬୩,୫୯,୨୯୨/-ଟଙ୍କା ଧାର୍ଯ୍ୟ କରାଗଲା। ଏତତ ବ୍ୟତୀତ ପ୍ରାକ ମୋକଦମା ସ୍ତରରେ ବିଭିନ୍ନ ବ୍ୟଙ୍କ ଦ୍ଵାରା ବ୍ୟଙ୍କ ରୁଣ ମାମଲା, ଆ.ର୍.ଟିଓ, ଟାଟା ପାୱାର, ବି.ଏସ.ଏନ.ଏଲ, ପାରିବାରିକ ମାମଲା, ଜମିଜମା ମାମଲା ଇତ୍ୟାଦି ୨୨୧୭ ରୁ ୬୬୯ ଟି ମାମଲା ଫଇସଲା କରାଯାଇ ୨,୦୬,୯୦,୭୫୯/- ଟଙ୍କା ଧାର୍ଯ୍ୟ କରାଗଲା। , ଏଥିରେ କୋରାପୁଟ ଜିଲ୍ଲା ବାର ଆସସେସନର ଆଇନଜୀବି ମାନେ ଏଥିରେ ସମ୍ଫୁର୍ଣ୍ଣ ଭାବରେ ସହଯୋଗ କରିଥିଲେ ଏବଂ ମାମଲା ସମାଧାନ କରିବାରେ ଭୁମିକା ଗ୍ରହଣ କରିଥିବା ଆଇନଜୀବି ଶ୍ରୀ ଦାଶରଥି ପଟ୍ଟନାୟକ, ଶ୍ରୀ ତ୍ରିନାଥ ସିଂ ଲାଲ୍, ଶ୍ରୀ ଗୀରିଧର ଖୋରା, ଶ୍ରୀ, ସୁନିଲ କୁମାର ମହାନ୍ତି, ଶ୍ରୀ ଶଶାନନ୍ଦ ମିଶ୍ର, ଏସ.ଏମ.ଏମ. ଦିନବନ୍ଧୁ, ଶ୍ରୀ ଜ୍ୟେତିରଞ୍ଜନ ପୁରାଜୀ, ଶ୍ରୀ ବିନୟ ବିଶ୍ବାସ୍, ଶ୍ରୀ ସୁରେଶ କୁମାର ହୁଡୁପୁ, ଯୁଗୋଲ କିଶୋର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
