ଡକ୍ଟର ସସ୍ମିତା ମେହେର୍ ମାଗଣା ବାନ୍ଧକଳା ତାଲିମ୍ କେନ୍ଦ୍ର ଉଦ୍ଘାଟନ

ବରଗଡ: ବରଗଡ ଜିଲ୍ଲା ଅନ୍ତର୍ଗତ ତୋରା ଗ୍ରାମର ବୀର ସୁରେନ୍ଦ୍ର ସାଏ କ୍ଲବ୍ ରେ ଗତକାଲି ଡକ୍ଟର ସସ୍ମିତା ମେହେର୍ ମାଗଣା ବାନ୍ଧ କଳା ତାଲିମ୍ କେନ୍ଦ୍ର ଉଦ୍ଘାଟନ ହୋଇ ଯାଇଛି।ଏହି ତାଲିମ୍ କେନ୍ଦ୍ରର ମୁଖ୍ୟ ଡକ୍ଟର୍ ସସ୍ମିତା ମେହେର୍ ବାନ୍ଧକଳା କୁ ପ୍ରଚାର ପ୍ରସାର କରିବା ଏବଂ ଅସହାୟ ମାନଙ୍କୁ କାମ ଯୋଗାଇ ଦେବା ଲକ୍ଷ୍ୟ ରେ ଏହି କେନ୍ଦ୍ର ଆରମ୍ଭ କରି ଥିବା ଜଣା ଯାଇଛି।ଉଦ୍ଘାଟନି ଉତ୍ସବରେ ତୋରା ଗ୍ରାମ ପଞ୍ଚାୟତ ସରପଞ୍ଚ ଭିମ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସମାଜସେବୀ କିଶୋର ହୋତା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମାଁ ସମଲେଇଙ୍କ ପୂଜାର୍ଚ୍ଚନା କରି ଏହି କେନ୍ଦ୍ରକୁ ଉଦ୍ଘାଟନ କରି ଥିଲେ।
ସମାଜସେବୀ ଗୋପାଲ ମେହେର, ଆଇନ ଜୀବି ଆଶ୍ରୟ ମହାନନ୍ଦ,ସମାଜସେବୀ ଲକ୍ଷ୍ମଣ ନନ୍ଦ,ସମାଜସେବୀ କୋଶଳ ସୁନ୍ଦରୀ ସୁନି ମେହେର,ସମାଜସେବୀ ସୁମତି ଜାଲ୍ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଡକ୍ଟର୍ ମେହେର୍ ଙ୍କର ଏହିଭଲି ଉଦ୍ୟମକୁ ପ୍ରଶଂସା କରି ଥିଲେ।ପ୍ରାରମ୍ଭରେ ଏକ ଶହ ରୁ ଉର୍ଦ୍ଦ ମହିଳା ଏହି ବାନ୍ଧକଳା ତାଲିମ୍ କେନ୍ଦ୍ରରେ ନିଜର ନାମ ପଞ୍ଜୀକରଣ କରିଥିଲେ।ଆଗାମୀ ଦିନରେ ପ୍ରତି ଗ୍ରାମରୁ ଶହ ଶହ ବାନ୍ଧ କଳାକାର ବାହାର କରିବାକୁ ଡକ୍ଟର ମେହେର କହିଥିଲେ।ସମାଜସେବୀ କିଶୋର ବାଗ , ନାଥନ ବାଗ , ସୁଦର୍ଶନ ଦାଶ , ବଶିଷ୍ଟ ବାଗ , ସଲିମ କୁମ୍ଭାର ପ୍ରମୁଖ ଏହାକୁ ସହଯୋଗ କରିଥିଲେ।ସାମ୍ବାଦିକ ଅକ୍ଷୟ ସରାଫ୍ ଅତିଥି ପରିଚୟ କରିଥିବା ବେଳେ କିଶୋର ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବରଗଡ଼ ଜିଲ୍ଲା ଇପିଏ ରୁ ଶ୍ରୀ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)