ସାଇନପଦର ଆଶ୍ରମ ବିଦ୍ୟାଳୟ ରେ “ଆସ ସ୍କୁଲ ଯିବା”ଅଭିଯାନ କାର୍ଯ୍ୟକ୍ରମ
_ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ, ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମି ଗ୍ରାମ ପଞ୍ଚାୟତ ଅଧୀନ ସାଇନପଦର ଆଶ୍ରମ ବିଦ୍ୟାଳୟ ରେ “ଆସ ସ୍କୁଲ ଯିବା”ଅଭିଯାନ କାର୍ଯ୍ୟକ୍ରମ ରେ ଅଧାରୁ ପାଠ ଛାଡ଼ିଥିବା,ଆଦୋନାମ ଲେଖାଇଥିବା, ଏବଂ ବିଦ୍ୟାଳୟ ବାହାରେ ଥିବା ପିଲା ମାନଙ୍କୁ ଶିକ୍ଷାର ମୂଖ୍ୟସ୍ବୋତରେ ସାମିଲ କରିବା ପାଇଁ ରାଜ୍ୟବ୍ୟାପୀ ଅଭିଯାନ। ବିଦ୍ୟାଳୟ ରେ ଅଭିଭାବକ,ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା/ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ,ଓଡ଼ିଶା ତରଫରୁ ପ୍ରତେକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ ଗୁଡିକରେ ବ୍ୟାପକଭାବେ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି।ସାଇନପଦର ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁରଥ ଚନ୍ଦ୍ର ମୂନୀଙ୍କ ନେତୃତ୍ବରେ ଛାତ୍ରଛାତ୍ରୀମାନେ ସଚେତନତା ର ବାର୍ତ୍ତା ନେଇ ଗାଁ ରେ ପରିକ୍ରମା କରିଥିଲେ। ପିଲା ମାନଙ୍କୁ ସ୍କୁଲକୁ ଯିବା ପାଇଁ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ।
ଇ.ପି.ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
