ବୁଲା ଗାଈ ଗୋରୁଙ୍କ ମାଲିକ ମାନଙ୍କ ପାଇଁ ସଚେତନତା ରାଲୀ

ସୋନପୁର ସହରର ସମସ୍ତ ରାସ୍ତା ଓ ଗଳି ମାନଙ୍କରେ ବୁଲୁଥିବା ଗାଈ ଗୋରୁ ମାନଙ୍କୁ କାଞ୍ଜିଆ ହୋଦାରେ ଭର୍ତ୍ତି କରିବା ପୂର୍ବରୁ ବୁଲା ଗାଈ ଗୋରୁଙ୍କ ମାଲିକ ମାନଙ୍କ ପାଇଁ ସଚେତନତା ରାଲୀ ଅନୁଷ୍ଠିତ l ସୁବର୍ଣ୍ଣପୁର ପୌର ପରିଷଦର ସମସ୍ତ ରାସ୍ତା ଓ ଗଳି ମାନଙ୍କରେ ବୁଲୁଥିବା ଗାଈ ଗୋରୁ ମାନଙ୍କୁ କାଞ୍ଜିଆ ହୋଦାରେ ଭର୍ତ୍ତି କରିବା ପୂର୍ବରୁ ବୁଲା ଗାଈ ଗୋରୁଙ୍କ ମାଲିକ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ନେତୃତ୍ୱରେ ସୋନପୁର ନଳିନୀ ଛକ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ବ ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଅଞ୍ଜଳିନା ପ୍ରଧାନ, ନିର୍ବାହୀ ଅଧିକାରୀ, ପୌର ପରିଷଦ, ସୁବର୍ଣ୍ଣପୁର ସହରର ବୁଦ୍ଧିଜୀବୀ ଶ୍ରୀ ଗୋବିନ୍ଦ ମହାରଣାଙ୍କ ସମେତ ପୌର ପରିଷଦର କର୍ମଚାରୀ ସୋନପୁର ସହରର ଜନସାଧାରଣ ଉପସ୍ଥିତ ଥିଲେ।ଏହି ଅବସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଓ ଗୋବିନ୍ଦ ମହାରଣା ସୋନପୁର ସହରର ରାସ୍ତା ଓ ଗଳି ମାନଙ୍କରେ ବୁଲୁଥିବା ଗାଈଗୋରୁ ମାନଙ୍କ ମାଲିକ ମାନଙ୍କୁ ଅନୁରୋଧ କରିଥିଲେ ଯେ ନିଜ ନିଜ ଗାଈଗୋରୁ ମାନଙ୍କୁ ରାସ୍ତାରେ ନ ଛାଡ଼ି ନିଜ ନିଜ ଘରେ ଓ ଗୁହାଳ ମାନଙ୍କରେ ରଖି ସେବା ଯତ୍ନ ନେବା ସଙ୍ଗେ ସାଙ୍ଗେ ସୋନପୁର ସହରକୁ ଗାଈଗୋରୁଙ୍କ ଦ୍ଵାରା ହେଉଥିବା ଟ୍ରାଫିକ ସମସ୍ୟା ଦୂର କରିବାରେ ସହଯୋଗ କରନ୍ତୁ। ଯଦି ଆଗାମୀ ସାତ ଦିନ ମଧ୍ୟରେ ଯଦି ବୁଲା ଗାଈଗୋରୁ ମାନଙ୍କ ମାଲିକ ମାନେ ସେମାନଙ୍କର ଗାଈଗୋରୁ ମାନଙ୍କୁ ନିଜ ଘରେ ଓ ଗୁହାଳରେ ନ ରଖି ରାସ୍ତାରେ ଛାଡନ୍ତି, ତେବେ,ଜିଲ୍ଲା ପ୍ରଶାସନ, ସୁବର୍ଣ୍ଣପୁର ପୌର ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନଙ୍କ ମିଳିତ ଉଦ୍ୟମରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ କାଞ୍ଜିଆ ହୋଦାରେ ଭର୍ତ୍ତି କରାଯିବ । ନିୟମାନୁଯାୟୀ ସଂପୃକ୍ତ ଗାଈଗୋରୁ ମାନଙ୍କ ମାଲିକ ମାନେ ଆଇନ ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜନିଜ ଗାଈଗୋରୁ ମାନଙ୍କୁ ନ ମୁକୁଲାନ୍ତି, ତେବେ ଆବଶ୍ୟକ ସ୍ଥଳେ ଓଡିଶା ପୌର ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପୂର୍ବକ ପ୍ରକାଶ୍ୟ ନିଲାମ କରାଯିବ ବୋଲି ସଚେତନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ଆଗାମୀ ସାତଦିନ ସୋନପୁର ସହରର ବିଭିନ୍ନ ଛକ ମାନଙ୍କରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ, ସୋନପୁର ସହରର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ଙ୍କ ସମେତ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…