କଂଗ୍ରେସ ଦଳରେ ମିଶିବାକୁ ଆସି ହଟହଟା ହେଲେ ନେତା ଓ କର୍ମୀ

ଆଜି ଆମ ରାଜ୍ୟ ଭୁବନେଶ୍ୱର ସମେତ ରାଜ୍ୟର ପ୍ରତେକ ନିର୍ବାଚନ ମଣ୍ଡଳୀରେ ସମସ୍ତ ରାଜନୈତିକ ଦଳ ମାନଙ୍କରେ ନେତା ଓ କର୍ମୀ ମିଶ୍ରଣ ଏକ ପର୍ବ ହୋଇଥିବା ଦେଖିବାକୁ ମିଳୁଥିବା ବେଳେ ଆଜି ଭୁବନେଶ୍ୱର କଂଗ୍ରେସ ଭବନକୁ କଂଗ୍ରେସ ଦଳରେ ମିଶିବାକୁ ଆସି ହଟହଟା ହୋଇ ଘରକୁ ଫେରି ଯିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବିରଞ୍ଚିନାରାୟଣ ପତ୍ରୀଙ୍କ ଉପସ୍ଥାପନା।ଯାଜପୁର; ରାଜ୍ୟର ଏକ ପ୍ରତିଷ୍ଠିତ ଯାତ୍ରାପାର୍ଟି ‘ତୁଳଶୀ ଗଣନାଟ୍ୟ’ ର ମାଲିକ ଅନନ୍ତ ନାରାୟଣ ଧଳ @ ନାଣ୍ଡୁବାବୁ କହିବା ଅନୁଯାୟୀ ୧୫ ହଜାର ଲୋକଙ୍କୁ କଂଗ୍ରେସ ବ୍ୟାନର ପିନ୍ଧାଇ କଂଗ୍ରେସ ଦଳରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ବରେ ମିଶିବାକୁ ଆସି ହଟହଟା ହେବାକୁ ପଡ଼ିଥିବା ଦେଖିବାକୁ ମିଳିଛି। ରାଜ୍ୟ କଂଗ୍ରେସ ଭବନରେ ସଭାପତି କିମ୍ବା କୌଣସି କର୍ମକର୍ତ୍ତାଙ୍କ ଉପସ୍ଥିତ ନଥିବା ଓ କଂଗ୍ରେସ ଭବନରେ ତାଲା ପଡିବା ଅନନ୍ତ ନାରାୟଣ ଧଳ @ ନାଣ୍ଡୁବାବୁ ଦେଖିବାକୁ ପାଇ ଆମେ ନୂଆଦିଲ୍ଲୀ ଯାଇ କଂଗ୍ରେସ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ରାଜ୍ୟରେ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଆମକୁ ଆଜି କଂଗ୍ରେସ ଦଳରେ ସାମିଲ କରିବାକୁ ଡାକି କଂଗ୍ରେସ ଭବନରେ ତାଲା ପକାଇ ଫେରାର ହେବାର କାରଣ ସଂପର୍କରେ ଅଭିଯୋଗ କରିବୁ ବୋଲି ଗଣମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଗତ କିଛି ଦିନ ହେଲା ତୁଳସୀ ଗଣନାଟ୍ୟ ର ମାଲିକ ଅନନ୍ତ ନାରାୟଣ ଧଳ @ନାଣ୍ଡୁବାବୁ ଅଭିନେତ୍ରୀକୂ ନଜର ବନ୍ଦୀ, ହାସ୍ୟ ଅଭିନେତାଙ୍କୁ ବାଲିଚନ୍ଦ୍ରପୁର ହୋଟେଲରେ ଆକ୍ରମଣ ଆଦି ବିଭିନ୍ନ ସଙ୍ଗିନୀ ଅପରାଧ ରାଜ୍ୟର ବିଭିନ୍ନ ପୁଲିସ ଥାନାରେ ନାଣ୍ଡୁ ବାବୁଙ୍କ ନାଁରେ ଥିବା ବେଳେ ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ହାଇଡ୍ରାମା ସହରବାସୀଙ୍କୁ ବେସ କିଛି ସମୟ ଆନନ୍ଦିତ କରିବା ଦେଖିବାକୁ ମିଳିଛି।ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ଶ୍ରୀଦାସ ସ୍ପଷ୍ଟମତ ରଖି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ସେ ଖୋଲାଖୋଲି ଭାବରେ କହିଛନ୍ତି ଯେ, ନାଣ୍ଡୁ ଧଳ ଜଣେ ଆପରାଧିକ ଚରିତ୍ରର ବ୍ୟକ୍ତି। ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ।ସଦସ୍ୟତା ମଗା ଯାଏ, ଛଡ଼ାଇକି ନିଆଯାଏ ନାହିଁ। ରାହୁଲ ଗାନ୍ଧୀଙ୍କ ପାଖକୁ ଯଦି ଯାଇପାରିବେ ଯାଆନ୍ତୁ। ମୁଁ କଂଗ୍ରେସ ଅଧ୍ୟକ୍ଷ ଭାବେ କହୁଛି, ତାଙ୍କୁ ଦଳରେ ଗ୍ରହଣ କରାଯିବନି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର