October 23, 2025
Home » ନୟାଗଡ଼ ଜଲ୍ଲା ସ୍ବାସ୍ଥ୍ୟ ସମିତି ପରିଚାଳନା କମିଟିର ବୈଠକ

ନୟାଗଡ଼ ଜଲ୍ଲା ସ୍ବାସ୍ଥ୍ୟ ସମିତି ପରିଚାଳନା କମିଟିର ବୈଠକ

0
1000765893
ନୟାଗଡ଼: ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତିର ପରିଚାଳନା କମିଟିର ବୈଠକ ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନାଜିତ୍ ରାଉତ ଏହି ବୈଠକରେ ଯୋଗ ଦେଥିବାବେଳେ ବୈଠକକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସୁଶାନ୍ତ କୁମାର ଦାସ ।ସରକାରଙ୍କର ଜନହିତକର ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାରେ କିପରି ଚାଲିଛି ସେହି ବିଷୟରେ ଜିଲ୍ଲାପାଳ ଓ ଜିଲ୍ଲାପରିଷଦ ସଭାପତି ଶ୍ରୀ ପଟ୍ଟନାୟକ ଗୋଟି ଗୋଟି କରି ସମୀକ୍ଷା କରିଥିଲେ । ସମୀକ୍ଷା ସମୟରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଅସଙ୍ଗତି ଥିବାରୁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ତାଗିଦ୍ କରିଥିଲେ ।ସଭାପତି ଶ୍ରୀ ପଟ୍ଟନାୟକ ମଧ୍ୟ ଆସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲାର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାକୁ ପାରିତ କରାଯାଇଥିଲା ଏବଂ ତତ୍ ସଙ୍ଗେ ସଙ୍ଗେ ପୂର୍ବବର୍ଷ ଏବଂ ଚଳିତ ବର୍ଷର ଆୟବ୍ୟୟ ଅନୁମୋଦନ କରାଯାଇଥିଲା । ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜି ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *