September 16, 2026
Home » ଭାରତୀୟ ସେନା ର ବୃହତ ନିଯୁକ୍ତି ରାଲି

ଭାରତୀୟ ସେନା ର ବୃହତ ନିଯୁକ୍ତି ରାଲି

0
WhatsApp Image 2026-09-16 at 1.12.47 PM

ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିଅମ ଠାରେ ସେନା ନିଯୁକ୍ତି କାର୍ଯ୍ୟାଳୟ କଟକ ତରଫରୁ ଅଗ୍ନିବୀର (ଜି ଡି ), ରିଲିଜିଅସ ଟିଚର , ଟ୍ରେଡ଼ସ ମ୍ୟାନ, କ୍ଳରିକାଲ ଆଦି ପଦବୀ ରେ ନିଯୁକ୍ତି ପାଇଁ ବିଶାଳ ନିଯୁକ୍ତି ରାଲି ଗତ ୦୩.୦୯.2026 ଠାରୁ ୧୭.୦୯.2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉ ଅଛି, ଜିଲ୍ଲା ପ୍ରଶାସନ ଜଗତସିଂହପୁର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଆୟୋଜିତ ଏହି ରାଲି ରେ ଉପକୂଳ ଓଡିଶା ର 10 ଟି ଜିଲ୍ଲା କେନ୍ଦ୍ରୀୟ ବର୍ଗ ରେ ପଶ୍ଚିମ ବଙ୍ଗ ଓ ସିକିମ ରୁ ପାଖାପାଖି 6000 ନିଯୁକ୍ତି ଆଶାୟୀ ଆଶାୟୀ ଭାଗ ନେଉ ଥିବା ବେଳେ 2000 ଆଶାୟୀ ନିଯୁକ୍ତି ପାଇବାର ସମ୍ଭାବନା ରହିଛି ବୋଲି ସେନା ନିଯୁକ୍ତି କାର୍ଯ୍ୟାଳୟ କଟକ ର ନିର୍ଦେଶକ କର୍ନେଲ ପି ଏସ ପ୍ରସନ୍ନା ପ୍ରକାଶ କରିଛନ୍ତି

 

. ଏହି ରାଲି କୁ ସଫଳ କରିବାପାଇଁ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଶ୍ରୀ ନିରଞ୍ଜନ ବେହେରା , ଅତିରିକ୍ତ ପୋଲିସ ଅଧିକ୍ଷକ ଶ୍ରୀ ଅଜିଙ୍କ୍ୟ ମାନେ , ନିର୍ବାହୀ ଅଧିକାରୀ ପାରାଦୀପ ମୁନସିପାଲିଟି ଶ୍ରୀ ଅଭିଷେକ ପଣ୍ଡା, ସମସ୍ତ ପୋଲିସ, ଡାକ୍ତରୀ ଟିମ, ଅଗ୍ନିସମନ ବିଭାଗ, ପାରାଦୀପ ମୁନସିପାଲିଟି ର ସମସ୍ତ କର୍ମଚାରୀ ଙ୍କୁ କର୍ନେଲ ପି ଏସ ପ୍ରସନ୍ନା ସାଧୁବାଦ ଜଣାଇଥିଲେ, ଜିଲ୍ଲା ପ୍ରଶାସନ ଜଗତସିଂହପୁର ତରଫରୁ ଏହି ରାଲି କୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *