February 21, 2026
Home » ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କମିଟି ଚୟନ,ନନ୍ଦିଘୋଷ ସଭାପତି, ଦିଲ୍ଲୀପ ସାଧାରଣ ସମ୍ପାଦକ l

ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କମିଟି ଚୟନ,ନନ୍ଦିଘୋଷ ସଭାପତି, ଦିଲ୍ଲୀପ ସାଧାରଣ ସମ୍ପାଦକ l

0
WhatsApp Image 2025-10-27 at 1.20.42 PM (1)

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଉପକଣ୍ଠରେ ଅବସ୍ଥିତ ପୂଣ୍ୟ ପର୍ଯ୍ୟଟନ ପାପକ୍ଷୟ ପୀଠରେ ନୂତନ ଭାବେ ଆଞ୍ଚଳିକ ସାମ୍ବାଦିକ ସଂଘର ପୁନର୍ଗଠନ ହୋଇଛି। ସଭା ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ପୂଜାରୀ ସଂଘ ପୁନର୍ଗଠନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ପରେ ବରିଷ୍ଠ ସାମ୍ବାଦିକ ଧୃବରାଜ ମିଶ୍ରଙ୍କ ସଭାପତିତ୍ବରେ ନୂତନ ସଂଘ ପୁନର୍ଗଠନ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁନର୍ଗଠିତ ନୂତନ ସଂଘରେ ନନ୍ଦିଘୋଷ ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ କରା ଯାଇଥିବା ବେଳେ ଦିଲ୍ଲୀପ ସାହୁଙ୍କୁ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରା ଯାଇଥିଲା। ସେହିପରି ସମ୍ବିତ ନେପାକ ଉପ ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ସଦାନନ୍ଦ ପଧାନ ସହ ସମ୍ପାଦକ ରହିଛନ୍ତି। ମୁକେଶ ବଗର୍ତ୍ତୀ ସଂଘ କୋଷାଧ୍ୟକ୍ଷ ମନୋନୀତ ହୋଇଥିବା ବେଳେ ନରସିଂହ ପଧାନଙ୍କୁ ଅଫିସ ଇନଚାର୍ଜ ଭାବରେ ମନୋନୀତ hକରା ଯାଇଛି। ଏହା ସହିତ ବରିଷ୍ଠ ସାମ୍ବାଦିକ ଅକ୍ଷୟ ପୂଜାରୀ, ଧୃବରାଜ ମିଶ୍ର, ମୂରଲୀଧର ସାହୁ ଏବଂ ରାମଗୋପାଳ ବାଗ ସଂଘ ଉପଦେଷ୍ଟା ମନୋନୀତ ହୋଇଛନ୍ତି।ଏହି ଚୟନ ପ୍ରକିୟାରେ ରବୀନ୍ଦ୍ରନାଥ ହୋତା ପ୍ରସ୍ତାବ ଦେଇଥିବା ବେଳେ ମୁକ୍ତିକାନ୍ତ ପେରା ସମର୍ଥନ ଜଣାଇଥିଲେ। ସେହିପରି ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡା, ଅଶ୍ଵିନୀ ନେପାକ, ସନାତନ ପୂଜାରୀ, ଲକ୍ଷ୍ମଣ ପାତ୍ର, ସୁବ୍ରତ ମିଶ୍ର, ପରୀକ୍ଷିତ ବାଗଙ୍କ ସମେତ ଅନ୍ୟାନ୍ୟ ସାମ୍ବାଦିକ ଙ୍କୁ ପୁନର୍ଗଠିତ ସଂଘରେ ପ୍ରମୁଖ ସଦସ୍ୟ ଭାବରେ ମନୋନୀତ କରା ଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *