November 12, 2025
Home » ଲୋହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଲୋହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0
WhatsApp Image 2025-11-02 at 7.27.41 AM

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ସକାଳେ‌ ଭାରତର ଲୋହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ: ଏକ ଭାରତ ଆତ୍ମନିର୍ଭର ଭାରତ ର ଆୟୋଜନ କରାଯାଇଥିଲା।ଏହା ଫୁଲବାଣୀ କୋରନେସନ ପଡ଼ିଆରୁ ବାହାରି କନ୍ଧମାଳ ଷ୍ଟାଡିୟମ ପଯ୍ୟନ୍ତ ଯାଇଥିଲା।

ଜିଲ୍ଲାପାଳ କନ୍ଧମାଳ ଶ୍ରୀ ବେଦଭୂଷଣ ପତାକା ଦେଖାଇ ଏହି ଦୈାଡର ଶୁଭାରମ୍ଭ କରିଥିଲେ।ଏହି ଏକତା ଦୌଡ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ -ତଥା-ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ଵାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୂତି ଭୂଷଣ ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୈାରପରିଷଦ, ଫୁଲବାଣୀ ଶ୍ରୀ ସମରେଶ ମହାନ୍ତି, ପୋଲିସ ଅଧିକାରୀ ଓ ସରକାରୀ ଅଧିକାରୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ ଏବଂ ପୂର୍ବାହ୍ନ ରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ( ପଞ୍ଚାୟତ ଭବନ) ଠାରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।

ଏହି ବୈଠକରେ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ବେଦ ଭୁଷଣ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୂତି ଭୂଷଣ ମହାପାତ୍ର,ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଶ୍ରୀ ପ୍ରବିଣ ବାଣୁଆ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ନରେନ୍ଦ୍ର ନାୟକ, ମୂଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା ସନ୍ତୋଷ କୁମାର ପାଢ଼ୀ, ପ୍ରକଳ୍ପ ପ୍ରଶାସକ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା ଶ୍ରୀ କୃପାସିନ୍ଧୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସ୍ବତନ୍ତ୍ର ସାଧାରଣ ଅଭିଯୋଜକ ( ଦୁର୍ନୀତି ନିବାରଣ) ଶ୍ରୀ ଭି. ଭି ରାମଦାସ ଓ ସାଧାରଣ ଅଭିଯୋଜକ ଶ୍ରୀ ବିଜୟକୃଷ୍ଣ ପଟ୍ଟନାୟକ ଯଥାକ୍ରମେ ମୂଖ୍ୟ ବକ୍ତା ଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମକର୍ତ୍ତା, ଛାତ୍ରଛାତ୍ରୀ, ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ। ଉପ-ଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ ରାଷ୍ଟ୍ରୀୟ ଏକତାର ଶପଥପାଠ କରାଇଥିଲେ। ପ୍ରକଳ୍ପ ପ୍ରଶାସକ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ _ତଥା-ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଉପ-ଆରକ୍ଷୀ ଅଧିକ୍ଷକ(ଦୁର୍ନୀତି ନିବାରଣ) ଫୁଲବାଣୀ ଶ୍ରୀମତୀ କୁମୁଦିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ।

ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *