November 12, 2025
Home » କଳିଙ୍ଗ ବାଲିଯାତ୍ରା ର ଚତୁର୍ଥ ସନ୍ଧ୍ୟା

କଳିଙ୍ଗ ବାଲିଯାତ୍ରା ର ଚତୁର୍ଥ ସନ୍ଧ୍ୟା

0
WhatsApp Image 2025-11-08 at 2.37.54 PM

ଅସୀମା ପଣ୍ଡାଙ୍କ କଣ୍ଠଦାନ ରେ ଦର୍ଶକ ମତ୍ୱଲା ହେଲେ

ପାରାଦୀପ : କଳିଙ୍ଗ ବାଲିଯାତ୍ରା ର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବେଶ ଆକର୍ଷଣ ଥିଲା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ କଣ୍ଠଦାନ। ଆଜି ଚତୁର୍ଥ ସନ୍ଧ୍ୟା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆକର୍ଷଣୀୟ ପାଲଟିଥିବା ବେଳେ ହଜାର ହଜାର ଦର୍ଶକ ମଞ୍ଚ ସମ୍ମୁଖରେ ବସି ଏହାର ମଜା ନେଇଥିଲେ। ୫ଟା ରୁ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ କରାଯାଇଥିଲା।ଭଜନ ସନ୍ଧ୍ୟା, ସମ୍ବଲପୁରୀ ନୃତ୍ୟ, ସେମି କ୍ଲାସିକାଲ, ଲୋକନୃତ୍ୟ, ବଲାଙ୍ଗୀର ର ଦୁଲଦୁଲି କଳା ପରିଷଦ ପକ୍ଷରୁ ନୃତ୍ୟ, ରଂଗଶାଳା ପୁରୀର ସାହିଯାତ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲିକି ଥିଲା।ଆଜି ଗତ ତିନିଦିନ ଅପେକ୍ଷା ଲୋକଙ୍କ ଭିଡ ଅଧିକ ଥିଲା।ଦିନ ୩ ଟାରୁ ଧୀରେ ଧୀରେ ବନ୍ଦର ସହର ଜାମ ଦେଖିବାକୁ ମିଳିଥିଲା।ଚତୁର୍ଥ ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଆଇଓସିଏଲ ବିଶୋଧନାଗାର ପାରାଦୀପ ର କାର୍ଯ୍ୟବାହି ନିର୍ଦ୍ଦେଶକ କୌଶିକ ବସୁ, ସମ୍ମାନିତ ଅତିଥି ଭାବେ କମାଡାଣ୍ଟ ଶିଳ୍ପାଞ୍ଚଳ ନିରାପତ୍ତା ଆରକ୍ଷୀ ବାହୀନ, ପାରାଦୀପ ର ସନତ କୁମାର ପଟେଲ, କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା ଓ ଆଇଓସିଏଲ ପାରାଦୀପ ମାନବ ସମ୍ବଳ ମୁଖ୍ୟ ପରିଚାଳକ ଶମ୍ବୁ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାରାୟଣ ସେଠୀ ସଭାରେ ସଭାପତିତ୍ବ କରିଥିଲେ।ପ୍ରାୟତଃ ବହୁ ଷ୍ଟଲ ଖୋଲି ପାରିନଥିବା ବେଳେ ବନ୍ଦ ରହିଥିବାରୁ ଦର୍ଶକ ମାନେ କିଣା କିଣି ରମଜ୍ଜା ନେଇପାରିନଥିଲେ ।ତା ସାଙ୍ଗକୁ ଖାଇବା ଷ୍ଟଲ ସଂଖ୍ୟା ବହୁ କମ ଥିବାରୁ ଷ୍ଟଲ ଗୁଡିକ ଭିଡ ଦେଖିବାକୁ ମିଳିଥିଲା।

ସୀମିତ ଖାଦ୍ୟ ଷ୍ଟଲ ପାଇଁ ବହୁ ଲୋକ ଖାଇବାରୁ ବଂଚିତ ହୋଇ ଫେରିଯାଇଥିଲେ। ଓରମାସ ପକ୍ଷରୁ ଯେତିକି ଷ୍ଟଲ ରହିଛି ସବୁଥିରେ ପ୍ରାୟତଃ ଲୋକମାନେ କିଣାକିଣି କରୁଥିବାର ଦେଖିବକୁ ମିଳିଥିଲା।ଷ୍ଟଲ ର ମୁଲ୍ୟ ବୃଦ୍ଧି ଯୋଗୁ ବ୍ୟବସାୟୀ ମାନେ ଷ୍ଟଲ ନେବା ପାଇଁ ରାଜି ହୋଇ ନଥିଲେ।ଷ୍ଟଲ ସବୁ ଗୁଡିକ ବୁକିଙ୍ଗ ନହେବା, ଅଧିକ ଷ୍ଟଲ ନଖୋଲିବା ଓ ଉଠା ଦୋକାନୀ ଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରାଯିବା ରୁ ସେମାନେ ମୁହଁ ଫେରାଇବା ଚଳିତ ବର୍ଷ ବାଲିଯାତ୍ରା କୁ ଫିକା କରିଦେଇଥିବା ସବୁଆଡେ ଆଲୋଚନା ହେଉଛି।ପାରାଦୀପ ସହର ସମେତ ଆଖପାଖ ଅଞ୍ଚଳ ବ୍ୟତୀତ ପଡୋଶୀ ଜିଲ୍ଲା ରୁ ହଜାର ହଜାର ଲୋକ ଆଜି ବାଲିଯାତ୍ରା ମହୋତ୍ସବ କୁ ଦେଖିବା ପାଇଁ ଆସିଥିଲେ।ଆଜି ଅଧିକ ଜନ ସମାଗମ ହେବାକୁ ଥିବା ଲକ୍ଷ୍ୟ ରେ ଷ୍ଟାଣ୍ଡ ର ଯୁବକ ମାନେ ଦିନ ୩ ଟାରୁ ଥାନା ଛକ, ଜୟଦେବ ସଦନ ଛକ ଗୁଡିକରେ ଗାଡି ଗୁଡିକୁ ଷ୍ଟାଣ୍ଡ ରେ ରଖିବାକୁ ଜୁଲମ କରିଥିଲେ।ନୂଆବଜାର ଅଞ୍ଚଳରେ ରହୁଥିବା କାର ଗୁଡିକୁ ଜୟଦେବ ସଦନ ଛକରେ ଜବରଦସ୍ତ ଅଟକାଯାଉଥିଲା।ପୋଲିସ ର ଜାଣତାରେ ଏହା କରାଯାଉଥିବା ଉକ୍ତ ଯୁବକ ମାନେ ଖୋଲାଖୋଲି ଲୋକଙ୍କୁ କହୁଥିଲେ।ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରା ପଡିଆର ସବୁଆଡେ ଆଇନି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଥିଲା।ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ଯାତ୍ରା କୁ ଶୃଙ୍ଖଳା ର ସହିତ ସମାପନ ପରିବାକୁ ଲାଗି ପଡିଛନ୍ତି।ଛିନତାଇ କୁ ରୋକିବା ପାଇଁ ଯାତ୍ରା ପଡ଼ିଆରେ ସିସିଟିଭି ଲାଗିଥିବା ବେଳେ ପୋଲିସ କଡା ନଜର ରେ ରଖିଛି। ଆଜି ଶୁକ୍ରବାର ପାଇଁ ଆମିଷ ଷ୍ଟଲ ବିଶେଷକରି ଭିଡ ରହିଥିଲା। ତେବେ ଆସନ୍ତା କାଲି ଶନିବାର ଜନ ଗହଳି ବଢିବା ନେଇ ଆଶା କରାଯାଉଛି।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *