November 13, 2025
Home » ଚେସ ପ୍ରିମିୟର ଲିଗରେ ୫୦୦୦ ଟଙ୍କାରେ ନିଲାମ ହେଲେ ନୟାଗଡ଼ର କୁନି ପ୍ରତିଭା ଚିତ୍ତରଞ୍ଜନ

ଚେସ ପ୍ରିମିୟର ଲିଗରେ ୫୦୦୦ ଟଙ୍କାରେ ନିଲାମ ହେଲେ ନୟାଗଡ଼ର କୁନି ପ୍ରତିଭା ଚିତ୍ତରଞ୍ଜନ

0
unnamed
ନୟାଗଡ଼ : ନୟାଗଡ ଓଡ଼ିଶାରେ ନୂତନ ଭାବରେ କ୍ରିକେଟ ଖେଳା ଯାଉଥିବା ଆଇପିଏଲ ଢାଞ୍ଚାରେ ଚେସ ଖେଳାଳୀ ମାନଙ୍କୁ ନିଲାମ ଡକାଯାଇ ଚୟନ କରାଯାଇଛି ।ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ଚେସ ପ୍ରିମିୟର ଲିଗ୍ ଭୁବନେଶ୍ୱର ଠାରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଭୁବନେଶ୍ୱର ସ୍ଥିତ ହୋଟେଲ ଲେମନ ଟ୍ରି ଠାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରର ମନ୍ୟତା ପ୍ରାପ୍ତ ଖେଳାଳି ମାନେ ସାମିଲ ହୋଇଥିବା ବେଳେ ୧୨ଟି ପ୍ରଞ୍ଚାଇଜ ଦଳ ନିଲାମୀ ଡାକିଥିଲେ। ଏହି ନିଲାମୀ ପ୍ରକ୍ରିୟାରେ ନୟାଗଡ଼ ଉପକଣ୍ଠ ବରପଲ୍ଲୀ ଗାଁର ସ୍ବର୍ଗତ ପ୍ରତାପ କୁମାର ଦାଶଙ୍କ କନିଷ୍ଠ ପୁତ୍ର ଚିତ୍ତରଞ୍ଜନ ଦାଶଙ୍କୁ ସର୍ବନିମ୍ନ ୫୦୦୦ ଟଙ୍କାରେ ସାଞ୍ଚି ଷ୍ଟାର୍ଟାଜିସ୍ ଗ୍ରୁପ କିଣି ନେଇଛି। ସୂଚନା ଯୋଗ୍ୟ ଯେ ଚିତ୍ତରଞ୍ଜନ ବର୍ତ୍ତମାନ ନୟାଗଡ଼ର ଏକ ଘରୋଇ ବିଦ୍ୟାଳୟରେ ୫ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ବିନା କୌଣସି ପ୍ରଶିକ୍ଷଣରେ ଚିତ୍ତରଞ୍ଜନଙ୍କ ଏଭଳି ବିରଳ କୃତିତ୍ୱ ପାଇଁ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଉପ ସଭାପତି ବାଲାରସେନ ପାତ୍ର, ସମ୍ପାଦକ ଲକ୍ଷ୍ମୀଧର ସାହୁ ଏବଂ ରାଜ୍ୟ ଚେସ ପ୍ରତିନିଧି ରିତେଶ ରଥ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ନୟାଗଡ଼ର ଏହି କୁନି ଚେସ ପ୍ରତିଭା ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ଏବଂ ଜାତୀୟ ସ୍ତରରେ ଅନେକ ଚେସ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଅନେକ ଟ୍ରଫି ଏବଂ ପୁରସ୍କାର ରାଶି ଜିତି ପ୍ରଶଂସିତ ହୋଇଛନ୍ତି। ଅନ୍ୟ ପକ୍ଷରେ ନୟାଗଡ଼ର ଏହି ବିସ୍ମୟ ପ୍ରତିଭା ସମ୍ମାନ ଜନକ ଚେସ ପ୍ରିମିୟର ଲିଗରେ ସାମିଲ ହୋଉଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *