ସାଇବର କ୍ରାଇମ ଓ ଅନଲାଇନ ସେଫଟି ସମ୍ବନ୍ଧୀୟ କର୍ମଶାଳା
ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରଶାସନ ତରଫରୁ ସାଇବର କ୍ରାଇମ ଓ ଅନଲାଇନ ସେଫଟି ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ ହୋଇଯାଇଛି l ଏହି କର୍ମଶାଳା କୁ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ରାଜେନ୍ଦ୍ର ମାଝୀ ଏବଂ ଅତିରିକ୍ତ ଜିଲ୍ଲପାଳ (ସାଧାରଣ ) ଅଞ୍ଜଳୀନା ପ୍ରଧାନ ଉଦଘାଟନ କରିଥିଲେ l ଏହି କର୍ମଶାଳା ରେ ୨ ଜଣ ତାଲିମଦାତା ତାଲିମ ପ୍ରଦାନ କରିଥିଲେ l ସେ ଅନଲାଇନ କାର୍ଯ୍ୟକ୍ରମ ର ସଠିକ୍ ବ୍ୟବହାର ଏବଂ ସାଇବର କ୍ରାଇମ ଠାରୁ କିପରି ସତର୍କ ରହିବେ ସେହି ବିଷୟରେ ବୁଝାଇଥିଲେ l ତା ପରେ ରାଜ କଲେଜ ର କମ୍ପୁଟର ସାଇନ୍ସ ଅଧ୍ୟାପକ ଆଶିଷ କୁମାର ଅଗ୍ରୱାଲ କେଉଁ କ୍ରାଇମ ପାଇଁ କେଉଁ ସବୁ ନିୟମ ଅଛି,ସେ ବିଷୟରେ ଅବଗତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା ପରିଚୟ ପ୍ରଦାନ କରିଥିଲେ l ଏହି କର୍ମଶାଳା ରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଆଶାକର୍ମୀ,ଶିକ୍ଷକ,ଛାତ୍ରୀ, ଏସ ଜ୍ ଜି ମେମ୍ବର , ,ହବ୍ ଷ୍ଟାଫ ତାଲିମ ରେ ଅଂଶଗ୍ରହଣ କରିଥଲେ l ୪ ଜଣ ଛାତ୍ରୀ ଯେଉଁମାନେ ରାଜ୍ୟ ସ୍ତରରେ,ଯେ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି , ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ସଫଳତା ର ଉଦାହରଣ ସାଜିଛନ୍ତି ସେମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ,ନିଜେ ସାଇବର କ୍ରାଇମ ଠାରୁ ସତର୍କ ରହିବେ ଏବଂ ଅନ୍ୟମାନଙ୍କୁ ପରାମର୍ଶ ଦେବେ l ଏହି କର୍ମଶାଳା ରେ ସୁରକ୍ଷା ଅଧିକାରୀ ବାସନ୍ତୀ ଭୋଇ ପରିଚାଳନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.
