November 19, 2025
Home » ନାବାଳକ ସୂର୍ଯ୍ୟ ସାହୁ ହତ୍ୟାକାଣ୍ଡ ଘଟଣାରେ ଦୁଇ ଗିରଫ

ନାବାଳକ ସୂର୍ଯ୍ୟ ସାହୁ ହତ୍ୟାକାଣ୍ଡ ଘଟଣାରେ ଦୁଇ ଗିରଫ

0
Screenshot 2025-11-15 135501

ପୁରୀ ଶ୍ରୀସେତୁ ନିକଟସ୍ଥ ଜଳଭଣ୍ଡାର ଠାରେ ନାବାଳକ ସୂର୍ଯ୍ୟ ସାହୁ ହତ୍ୟାକାଣ୍ଡ ଘଟଣାରେ ସଦର ଥାନା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ମାଟିତୋଟା ପ୍ରଧାନ ସାହିର ଅଜୁ ପ୍ରଧାନ ଏବଂ ମାଟିତୋଟା ନୂଆସାହିର ସିପୁନ ସିଂ। ସଦର ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଇଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ୍ ଜବତ କରିଛି। ପୁରୀ ଏସପି ପ୍ରତୀକ ସିଂ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ଗତ ୧୨ ତାରିଖ ରାତିରେ ଶ୍ରୀସେତୁ ନିକଟରେ ପାଣି ଭର୍ତ୍ତି ଏକ ଚାଷଜମିରେ ନାବାଳକ ସୂର୍ଯ୍ୟ ସାହୁର ମୃତଦେହ ପଡ଼ିଥିଲା। ମୃତଦେହକୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା।‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ। ତେବେ ଗତ ଦୁଇବର୍ଷ ତଳେ ଅଭିଯୁକ୍ତ ଅଜୁ ପ୍ରଧାନ ସୂର୍ଯ୍ୟ ସାହୁ ଠାରୁ ୧୦ ହଜାର ଟଙ୍କା ଧାର ନେଇଥିଲା। ଧାର ଟଙ୍କା ନ ଦେବାରୁ ସୂର୍ଯ୍ୟ ବିଭିନ୍ନ ସମୟରେ ଅଜୁକୁ ଗାଳି କରିବା ସହ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିଲା। ତେଣୁ ଅଜୁ ଏବଂ ତାର ସାଙ୍ଗ ସିପୁନ ସୂର୍ଯ୍ୟକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଗତ ୧୧ ତାରିଖରେ ଅଭିଯୁକ୍ତ ମାନେ ଟଙ୍କା ଫେରାଇବା କହି ସୂର୍ଯ୍ୟକୁ ଫୋନ୍ କରି ଶ୍ରୀସେତୁ ନିକଟକୁ ଡାକି ତାକୁ ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିଲେ। ହତ୍ୟା କରିବା ପରେ ନିଜର ଡ୍ରେସ୍ ଚିରି ଫେରାର ହୋଇଯାଇଥିଲେ। ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ପୁରୀ ଏସପି।ସେପଟେ ଟାଇଲ୍ ମିସ୍ତ୍ରୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମୁଶାରଫ୍ କୁ ମଧ୍ୟ ଗିରଫ କରାଯାଇଥିବା ଏସପି କହିଛନ୍ତି। କିଛି କଥାକୁ ନେଇ ବଚସା ହେବାପରେ ଅଭିଯୁକ୍ତ ମୁଶାରଫ୍ ଏକ ହାତୁଡିରେ ଶେଖ୍ ନୋରା ଆଲାମ୍ କୁ ଅତି ନୃସିଂହ ଭାବରେ ହତ୍ୟା କରିଥିବା ବେଳେ ତାର ଅନ୍ୟ ଏକ ସହଯୋଗୀ ଶେଖ୍ ଫିର୍ଦ୍ଦୋଶକୁ ମଧ୍ୟ ଛୁରୀ ଭୁସି ହତ୍ୟା ଉଦ୍ୟମ କରୁଥିଲା ବୋଲି ଏସପି କହିଛନ୍ତି। ଅଭିଯୁକ୍ତ ବ୍ୟବହାର କରିଥିବା ହାତୁଡିକୁ ଜବତ କରାଯାଇଥିବା ବେଳେ ମୁଶାରଫ୍ କୁ ମଧ୍ୟ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *