ସୁବର୍ଣ୍ଣପୁର ଜିଲ୍ଲାରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନା ମାସ ୨୦୨୫ ପାଳିତ
l ସୁବର୍ଣ୍ଣପୁର: ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ, ସୁବର୍ଣ୍ଣପୁର ମିଳିତ ସହଯୋଗରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ପୌଷ୍ୟ ସନ୍ତାନ ଗ୍ରହଣ ସଚେତନା ମାସ ୨୦୨୫ ପାଳନ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗଦେଇ ପୌଷ୍ୟ ସନ୍ତାନ ଗ୍ରହଣ ଆଇନ ଗତ ବ୍ୟବସ୍ଥା ବିଷୟରେ କହିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନl ପଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଦେବାଶିଷ ଦାସ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଅନୁପମା ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆ ଯୋଗଦେଇ ମତାମତ ଦେଇଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପୌଷ୍ୟ ସନ୍ତାନ ଗ୍ରହଣ ର ବିଭିନ୍ନ ସୋପାନ ତଥା ଆବଶକୀୟ ତଥ୍ୟ ଉପସ୍ଥାପନ କରିଥିଲେ l ଏହି ଅବସରରେ ଏକ ସଚେତନତା ରଥ ପ୍ରଥମରେ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ, ସମସ୍ତ ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ଗୁଡ଼ିକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ମହିଳା ସୁପରଭାଇଜର, ଅଙ୍ଗନବାଡି କର୍ମି, ଆଶା କର୍ମି ଯୋଗ ଦେଇଥିଲେ l ସଖି ଅନୁଷ୍ଠାନ, ଉତ୍କଳ ବାଳାଶ୍ରମ, ଚାଇଲଡ ହେଲ୍ପ ଲାଇନର କର୍ମୀ ଯୋଗ ଦେଇଥିଲେ l ଏହି ଅବସରରେ ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ର ଶାନ୍ତା ବାରିକ ଏବଂ ଅଙ୍ଗନବାରଡ଼ି କର୍ମୀ ଗୀତାଞ୍ଜଳି ସ୍ୱାଇଁଙ୍କୁ ଉତ୍ତମ କାର୍ଯ୍ୟ ପାଇଁ ସମର୍ଦ୍ଧିତ କରାଯାଇ ଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ଅଣ ଅନୁଷ୍ଠାନିକ ଅଧିକାରୀ ଗୌତମ ମହାପାତ୍ର, ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l ଅନୁଷ୍ଠାନିକ ଅଧିକାରୀ, ବିଜୟ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କଲାସେ, ପ୍ରଶାନ୍ତ ମହାକୁଡ଼, ରୁଦ୍ର ପ୍ରସନ୍ନ ମିଶ୍ର, ଜିତେନ୍ଦ୍ର ମଣ୍ଡଳ, ସରିତା ସୁନା, ମାନିନୀ ମହାନ୍ତି, ମୃତୁଞ୍ଜୟ, ଅନିଲ ମହଲା ସଭାରେ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
