ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ନିୟମ ଓ ସୁରକ୍ଷା ନେଇ ଆଇନଗତ ସଚେତନତା ଶିବିର
ଜିଲ୍ଲା ଆଇନସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ମୋଡର୍ଣ୍ଣ ଇଂରାଜୀ ସ୍କୁଲ ଜୟପୁର ଠାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ନିୟମ ଓ ସୁରକ୍ଷା ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ତଥା ସ୍ଥାୟୀ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀ ସୁମନ ଜେନା, ମୁଖ୍ୟ ଅତୀଥି ଭାବେ ଉପସ୍ଥିତ ଥିଲେ। ଏହା ବ୍ୟତୀତ ସବ ଇନ୍ସପେକ୍ଟର ସାଇବର ସେଲ୍ କୋରାପୁଟ ଥାନା ଶ୍ରୀମତୀ କୃଷ୍ଣା କୁମାରୀ ପ୍ରଧାନ, ସହିତ ଏନ.ସିରା ଏବଂ ମୋ଼ଡର୍ଣ୍ଣ ଇଂରାଜୀ ସ୍କୁଲର ଉପାଧ୍ୟକ୍ଷ ଶ୍ରୀ ମମ୍ମଦ ଆଜମଲ ବାସି, ଛାତ୍ର ଆଇନ ସାକ୍ଷରତା କ୍ମବ୍ ର ଶିକ୍ଷକ ଶ୍ରୀ ନିରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ରେ ଛାତ୍ରଛାତ୍ରୀ ମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ନିୟମ ଓ ସୁରକ୍ଷା ଉପରେ ଆଇନଗତ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ।
ସାଇବର ସେଲ୍ ରୁ ଆସିଥିବା ସବ ଇନ୍ସପେକ୍ଟର ଶ୍ରୀମତୀ କୃଷ୍ଣା କୁମାରୀ ପ୍ରଧାନ ଏବଂ ମଞ୍ଚରେ ଉପସ୍ଥିତ ଅତିଥିବୃନ୍ଦ କହିଥିଲେ ଯେ ସାଧାରଣ ଜନତା ସାଇବର ଠକେଇରୁ ନିଜକୁ କିପରି ସୁରକ୍ଷା ଦେଇପାରିବେ ତାହା ଗୋଟି ଗୋଟି କରି ବୁଝାଇ କହିଥିଲେ ସର୍ବଦା ଜଟିଳ ପାସୱର୍ଡ ବ୍ୟବହାର କରିବା ଏବଂ ବାସୱର୍ଡ କଦାପି ପ୍ରକାଶ କରିବା ଅନୁଚିତ, ୱେବ ବ୍ରାଉଜରରେ ଆପଣଙ୍କର ପାସୱେର୍ଡ ସେଭ କରନ୍ତୁ ନାହିଁ। କୌଣସି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ହାରା ପଠାଯାଇଥିବା ଲିଙ୍କ କ୍ଲିକ୍ କରନ୍ତୁ ନାହିଁ। । ସୋସିଆଲ ମି଼ିଡିଆ ବ୍ୟବହାର କରିବା ସମୟରେ ସତର୍କତା, ଅନଲାଇନ ସଫି ସମ୍ପର୍କିତ ସତର୍କତା, ଅନଲାଇନ୍ ଆର୍ଥିକ କାରବାରରେ ସତର୍କତା, ସାଇବର ସ୍ପେସରେ କିପରି ଆପଣଙ୍କ ପିଲାଙ୍କ ସରୁକ୍ଷା ନିଶ୍ଚିତ କରିବେ, KYC/PAN/AADHAAR ଅପଡେଟ୍ ଠକେଇ, ସର୍ଚ୍ଚ ଇଞ୍ଜିନ ବ୍ୟବହାର ଠକେଇ, ଚାକିରି ଠକେଇ, ଲୋନ ଆପ ଠକେଇ, ମାର୍ଟିମୋନିଆଲ କିମ୍ବା ଉପହାର ଠକେଇ, କୌଣସି OLX ବ୍ୟବହାରକାରୀଙ୍କୁ ଅନ୍ଧ ଭାବରେ ବିଶ୍ବସ କରନ୍ତୁ ନାହିଁ, କେବଳ ଅଥୋରାଇଜଡ୍ ଡିଲରଙ୍କ ଠାରୁ ସିମ୍ କିଣନ୍ତୁ, କୌଣସି ଅଜ୍ଞାତ ବ୍ୟକ୍ତିଙ୍କ ସହିତ OTP ସେୟାର କରନ୍ତୁ ନାହିଁ, କୌଣସି ଅଜ୍ଞାତ ବ୍ୟକ୍ତିଙ୍କୁ ଆପଣଙ୍କର ଆକାଉଣ୍ଟ ନମ୍ବର, କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ ବା UPI ବିବରଣୀ ସହିତ ବ୍ୟକ୍ତିଗତ ସୂଚନା ପ୍ରଦାନ କରନ୍ତୁ ନାହିଁ। ଶେଷରେ ମୋ଼ଡର୍ଣ୍ଣ ଇଂରାଜୀ ସ୍କୁଲର ଉପାଧ୍ୟକ୍ଷ ଶ୍ରୀ ମମ୍ମଦ ଆଜମଲ ବାସି, ଆଇନ ସଚେତନତା ଶିବିରଟିକୁ ଧନ୍ୟବାଦ୍ ଦେଇଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ