କେନ୍ଦୁଝରରେ ବିଶ୍ୱ ଏଡ଼ସ ଦିବସ ପାଳିତ
କେନ୍ଦୁଝର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦୁଝର ଓ ଓସାକ ଓଡ଼ିଶାର ମିଳିତ ସହଯୋଗିତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ମହାସମାରୋହରେ ଆୟୋଜିତ ହୋଇଯାଇଛି। ସେଥିଲାଗି ପ୍ରାତଃରୁ ଏକ ସଚେତନତା ଶୋଭାଯାତ୍ରା ସ୍ଲୋଗାନ ଓ ପ୍ଲାକାର୍ଡ ସହିତ ସହର ପରିକ୍ରମା କରିଥିଲା। ଡିଷ୍ଟ୍ରିକ୍ଟ ଟ୍ରେନିଂ ୟୁନିଟ ହଲରେ ଏଡିପିଏଚଓ (ଯକ୍ଷ୍ମା)ଡା. ନିଲମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଏଡିଏମଓ ମେଡିକାଲ ଡାକ୍ତର ପ୍ରଦୀପ କୁମାର ମିଶ୍ର ମୁଖ୍ୟ ଅତିଥି,ଯୁଗ୍ମ ସମ୍ପାଦକ ଭାରତୀୟ ରେଡକ୍ରସ ସଂସ୍ଥା ଶ୍ରୀ ଏ ଆର ଖାନ ସମ୍ମାନୀତ ଅତିଥି,ଡିପିଏଚସିଓ ଭରତ କୁମାର ସାହୁ ଅନ୍ୟତମ ଅତିଥି,ଏଆଟି ମେଡିକାଲ ଅଫିସର ଅଶ୍ୱିନୀ କୁମାର ପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏଚଆଇଭି ଏଡ଼ସର ଭୟାଵହତା, ନିରାକରଣ ଓ ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୩୦ ସୁଦ୍ଧା ଏଡ଼ସ ନିରାକରଣ ଲକ୍ଷ୍ୟ ଉପରେ ମତ କରାଯାଇଥିଲା। ବ୍ରହ୍ମାନନ୍ଦ ସାହୁ ଉତ୍ସବ ପରିଚାଳନା କରିବା ସହିତ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଆଇସିଟିସି କାଉନସିଲର ସୁଶ୍ରୀ ସଂଗୀତା ମହାନ୍ତି ,ରଚିତା ଗୋସ୍ଵାମୀ,ଏଆରଟି କାଉନସିଲର ପ୍ରିୟଙ୍କା ଗିରି, ଡିଏସଆରସି କାଉନସିଲର ଚନ୍ଦନ ପାଣିଗ୍ରାହୀ,ଜିଏନଏମ ଟିଉଟର ପୁଷ୍ପରାଣୀ ମହାନ୍ତ ଏସଏ ବୃନ୍ଦାବନ ସାହୁ,ଡିପିସି ତାପସ ରଞ୍ଜନ ଜେନା,ଲକ୍ଷ୍ମଣ ରାଉତ ,ଦିଲୀପ ସାହୁ ,ଅନିଲ ପାତ୍ର ,ସତ୍ୟବ୍ରତ ସାହୁ ,ରାଜେଶ ଦଳେଇ ଗୋକୁଳନନ୍ଦ ମହାନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। । ୱାନ ଷ୍ଟପ ସେଣ୍ଟରର ଗୋକୁଳ ଚନ୍ଦ୍ର ପାତ୍ର ,ପଲ୍ଲବ ଚନ୍ଦ୍ର ନାୟକ, ସୋମାଲି ବାରିକ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
