December 18, 2025
Home » କୋଶଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

କୋଶଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

0
WhatsApp Image 2025-12-06 at 2.13.17 PM

 

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କୋଶଳ ଉଚ୍ଚ ବିଦ୍ୟାଳୟର ୧୧ ତମ ବାର୍ଷିକ କ୍ରୀଡା ସ୍ଥାନୀୟ ରୟାଲ ପଡିଆରେ ସମାପ୍ତ ହୋଇଯାଇଛି l ଖେଳର ଉଦଘାଟନୀ କାର୍ଯ୍ୟକ୍ରମରେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଶିଶୁଙ୍କୁ ଖେଳର ରୁଚି ଓ ଉପକାରର ମହତ୍ତ୍ୱ ବିଷୟରେ କହି ପ୍ରେରିତ କରିଥିଲେ l ସମ୍ମାନିତ ଅତିଥି ଭାବରେ ଶାରୀରିକ ଶିକ୍ଷା ନିରୀକ୍ଷକ ବାଲାଜୀ ବିଶ୍ୱନାଥ, କୁଶଳେଶ୍ୱର ଭୁଏ ଓ ବିଦ୍ୟାଳୟର ସଭାପତି ଶ୍ରୀବତ୍ସ ମଲ୍ଲିକ ପ୍ରଭୁତି ଉପସ୍ଥିତ ଥିଲେ | ଠିକ ସେହିପରି ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପଂଚାୟତ ଅଧିକାରୀ ଅର୍ଜୁନ ମାଝୀ ଓ ସମ୍ମାନିତ ଅତିଥି ଭାବରେ ଶାନ୍ତନୁ ପଟ୍ଟନାୟକ ଉପସ୍ଥିତ ରହି ଖେଳରେ ବିଜୟୀ ହାସଲ କରିଥିବା ଭାଇ ଭଉଣୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ | ଏହି ଖେଳରେ 12 ଟି ଇଭେଣ୍ଟ ହୋଇଥିଲା | ଶିଶୁବର୍ଗ, ବାଳ ବର୍ଗ ଓ କିଶୋର ବର୍ଗ ଏହିପରି 3 ଟି ଭିଭାଗ କରାଯାଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମେଡାଲ ଦେଇ ସମ୍ମାନିତ କରାଯାଇଥିଲା | ଯେଉଁମାନେ ବିଦ୍ୟାଳୟ କ୍ରୀଡାରେ କୃତିତ୍ୱ ହୋଇଛନ୍ତି ସେମାନଙ୍କୁ ରାଜ୍ୟ ଓ ଜିଲ୍ଲା ସ୍ତରକୁ ପ୍ରେରଣ କରାଯିବ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପରମା ନାଏକ ସମସ୍ତଙ୍କ ଉଦ୍ଧେଶ୍ୟରେ ସ୍ୱାଗତ ଓ ଅତିଥି ପରିଚୟ କରିବା ସହ ସମ୍ପାଦକ ସଞ୍ଜୟ କୁମାର ସାହୁ ଖେଳର ଉଦ୍ଧେଶ୍ୟ କହି ଧନ୍ୟବାଦ ଅର୍ପଣ କରିଥିଲେ | ସ୍ମିତା ରାଣୀ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରମୋଦ ସାହୁ, ଦିପ୍ତିମୟୀ ପଲିଆ, ଶ୍ରୀତମ ସାମଲ, ବୁଲି ବିଶ୍ୱାଳ, ମନୀଷା ସାହୁ, ଲକି ମିଶ୍ର, ଲୁସିପ୍ରଭା ପରିଡା, ଦୁଶିଲା ପ୍ରଧାନ, ମଧୁସୂଦନ ପଧାନ, ସୁରେନ୍ଦ୍ର ଗୁରୁ, ପ୍ରହଲ୍ଲାଦ ଜଗଦଳା ଓ ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *