February 3, 2026
Home » ପତଞ୍ଜଳି ଯୋଗ ପୀଠ ହରିଦ୍ୱାର ରୁ ପ୍ରଧାନ ଯୋଗ ଶିକ୍ଷକ ପ୍ରଶିକ୍ଷଣ ନେଇ ଫେରିଲେ ପାଞ୍ଚ ଜଣ ଯୋଗ ଶିକ୍ଷକ l

ପତଞ୍ଜଳି ଯୋଗ ପୀଠ ହରିଦ୍ୱାର ରୁ ପ୍ରଧାନ ଯୋଗ ଶିକ୍ଷକ ପ୍ରଶିକ୍ଷଣ ନେଇ ଫେରିଲେ ପାଞ୍ଚ ଜଣ ଯୋଗ ଶିକ୍ଷକ l

0
WhatsApp Image 2025-12-07 at 12.25.41 PM

ସୁବର୍ଣ୍ଣପୁର: ପତଞ୍ଜଳି ଯୋଗ ପୀଠ ହରିଦ୍ୱାର ରୁ ଯୋଗ ପ୍ରଶିକ୍ଷଣ ନେଇ ସୋନପୁର ର 5 ଜଣ ଯୋଗ ସାଧକ ସୋନପୁର କୁ ଫେରି ଆସିଛନ୍ତି। ସ୍ୱାମୀ ରାମଦେବଜି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସୁବର୍ଣ୍ଣପୁର ଜିଲ୍ଲାର 5 ଜଣ ଯୋଗ ସାଧକ ପ୍ରଧାନ ଯୋଗ ଶିକ୍ଷକ ର ପ୍ରଶିକ୍ଷଣ ନେଇ ଆଜି ସୋନପୁର କୁ ଫେରି ଆସିଛନ୍ତି l ଗତ 23 ରୁ ଚାଲିଥିବା ମୁଖ୍ୟ ଯୋଗ ପ୍ରଶିକ୍ଷଣ ଶିବିର ରେ ଯୋଗ ଦେବା ପାଇଁ ପତଞ୍ଜଳି ଯୋଗ ସମିତି ସୁବର୍ଣ୍ଣପୁର 5 ଜଣ ଶିକ୍ଷକ ପର୍ଶୁରାମ ବଡ଼ମାଳୀ, ଧିରେନ ଦାଶ, ଉମାକାନ୍ତ ମେହେର, ସୁଶୀଲ ପରଧିଆ,ଦୀପକ କୁମାର ସାହୁ ଉତ୍ତରାଖଣ୍ଡ ସ୍ଥିତ ହରିଦ୍ୱାର ଆଶ୍ରମ କୁ ଯାଇଥିଲେ। ବିଭିନ୍ନ ଯୋଗ ସଂଗଠନ ତରଫରୁ ଆଗାମୀ ରବିବାର ଏହି ଯୋଗ ପ୍ରଶିକ୍ଷକ ଙ୍କୁ ସମ୍ବନ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା BST ପ୍ରଭାରୀ ମନୋଜ ପଣ୍ଡା କହିଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *