September 17, 2026
Home » ମାଁ ଭଣ୍ଡାର ଘରିଆଣୀ ମନ୍ଦିରର ମୁଖ୍ୟ ପୂଜକଙ୍କର ୫୮ ବର୍ଷ ବୟସରେ ପରଲୋକ

ମାଁ ଭଣ୍ଡାର ଘରିଆଣୀ ମନ୍ଦିରର ମୁଖ୍ୟ ପୂଜକଙ୍କର ୫୮ ବର୍ଷ ବୟସରେ ପରଲୋକ

0
WhatsApp Image 2026-09-17 at 9.36.12 AM (1)

 

ପୋରଲକନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରିଆଣୀ ମନ୍ଦିରର ମୁଖ୍ୟ ପୂଜକ ରାଜୀବ ଲୋଚନ ପୂଜାରୀଙ୍କ ବୁଧୁବାର ସନ୍ଧ୍ୟା ୬ ଘଣ୍ଟିକା ସମୟରେ ନବରଙ୍ଗପୁରରେ ତାଙ୍କ ଘରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। କିହିଦିନ ହେବ ତାଙ୍କ ଶାରୀରିକ ଅବସ୍ଥା ଠିକ୍ ନଥିବାରୁ ଜଗଦଲପୁର, ବିଶାଖାାପାଟଣା ମେଡିକାଲରେ ଚିକିତ୍ସିତ ଥିବାବେଳେ ୫୮ ବର୍ଷ ବୟସରେ ମୃତ୍ୟୁବରଣ ହେଉଛି। ମୃତ୍ୟୁବେଳକୁ ତାଙ୍କର ସ୍ତ୍ରୀ,ପାଞ୍ଚ ପୁଅ ଓ ବୋହୂ, ନାତିନାତୁଣୀ ଏବଂ ପରିବାରବର୍ଗ ଉପସ୍ଥିତ ଥିବା ଜଣାପଡ଼ିଛି। ସେ ତାଙ୍କର ସମଗ୍ର ଜୀବନ ଦେବୀ ମାତାଙ୍କ ସେବା ଏବଂ ଉପାସନା ପାଇଁ ଉତ୍ସର୍ଗ କରିଥିଲେ। ଏପରିକି ମାଆ ଭଣ୍ଡାର ଘରିଆଣୀଙ୍କୁ ତାଙ୍କ ଘରର ଝିଅ କରି ପୂଜା କରି ଆସୁଥିବା ଜଣାପଡ଼ିଛି। ମାଆ ଭଣ୍ଡାର ଘରଣୀ ମନ୍ଦିରର ମୁଖ୍ୟ ପୂଜକ ରାଜୀବ ଲୋଚନ ପୂଜାରୀଙ୍କ ପରଲୋକ ଆଧ୍ୟାତ୍ମିକ ଏବଂ ସାମାଜିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ୱର୍ଗତ ରାଜୀବ ଲୋଚନ ଜଣେ ମିଷ୍ଟଭାଷୀ ମେଳାପୀ ବ୍ୟକ୍ତିତ୍ୱ ଥିବା ବେଳେ ସେ ଜିଲ୍ଲାସ୍ତରୀୟ ଏଥେଲେଟିକ୍ସରେ ତାଙ୍କ ସୁନାମ ଥିଲା।ତାଙ୍କ ବିୟୋଗରେ ମନ୍ଦିର ଟ୍ରଷ୍ଟ ପରିସର ଏବଂ ଭକ୍ତମାନଙ୍କ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହେବା ସହ ଆଧ୍ୟାତ୍ମିକ ଏବଂ ଧାର୍ମିକ ସମ୍ପ୍ରଦାୟ ଏବଂ ମା’ଙ୍କ ଭକ୍ତମାନଙ୍କ ମଧ୍ୟରେ ଶୋକ ଦେଖାଦେଇଛି।ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକସନ୍ତପ୍ତ ପରିବାର ଏବଂ ଅନୁଗାମୀମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

 

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *