ଅନୁକୂଳ ଚନ୍ଦ୍ରଙ୍କର ୧୩୯ତମ ଜନ୍ମ ମହୋତ୍ସବ
ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୯ତମ ଜନ୍ମ ମହୋତ୍ସବ ଶୁଭ ଆବିର୍ଭାବ ଦିବସ ୧୬ ସେପ୍ଟେମ୍ବର ୨୦୨୬ (ବୁଧବାର) ରାୟଗଡ଼ା ସହର ସ୍ଥିତ ଶିରିକଣା ସତସଙ୍ଗ କେନ୍ଦ୍ର ଠାରେ ହୋଇଥିବା ନିମିତ୍ତ ଅନୁଯାୟୀ ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନାଦି ସହ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବହୁ ସଂଖ୍ୟାରେ ଗୁରୁଭାଇ ଓ ମାଆ ମାନେ ସମବେତ ହୋଇ ପୁରୁଷୋତ୍ତମଙ୍କର ଦିବ୍ୟ ଭାବାଦର୍ଶରେ ଅନୁପ୍ରାଣୀତ ହେବା ସହିତ ସୁଖ, ସପାରିପାର୍ଶ୍ବକ ଶାନ୍ତି, ସ୍ବସ୍ତି,ସମୃଦ୍ଧି ଓ ଆନନ୍ଦ ସକାଶେ ଶ୍ରଦ୍ଧାରେ ନିଜକୁ ସମର୍ପି ଥିଲେ।

ମାଙ୍ଗଳିକ ଅନୁଷ୍ଠାନ ସୂଚୀ ଅନୁଯାୟୀ ସମବେତ ପ୍ରାର୍ଥନା ଓ ଉଷା ବିନତୀ, କୀର୍ତ୍ତନ, ପ୍ରାର୍ଥନା, ପୂଜା, ଶଙ୍ଖ ଧ୍ୱନିକରଣ, ଗ୍ରନ୍ଥପାଠ, ମାତୃ ସମ୍ମିଳନୀ, ସତସଙ୍ଗ ଓ ସାଧାରଣ ସଭା ଓ ସଦାଲୋଚନା, ପ୍ରସାଦ ସେବନ ହୋଇଥିଲା। ଏହି ଅବସରରେ ଗାଁଙ୍କ ସମୁଦାୟକୁ ସେବା ଦିଆଯାଇଥିଲା।ଏହି ଉତ୍ସବରେ ସମ୍ମିଳିତ ଭାବେ ସହ ସହ ଇଷ୍ଟ ପ୍ରାଣ ଗୁରୁଭାଇ ଓ ମା ମାନଙ୍କର ଭକ୍ତି, ନିଷ୍ଠା ଓ ସକ୍ରିୟ ଅନୁରାଗ ସହକା ମିଳିତ ଭକ୍ତିଭାବରେ ସେବା ଓ ଦାନ-ଧର୍ମ ଜରିଆରେ ଶ୍ରୀ ଶ୍ରୀ ଠାକୁରଙ୍କୁ ଆହ୍ବାନ କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
