ଅଭାବନୀୟ ଘଟଣା…. ଅକ୍ସିଜେନ ଅଭାବ ରୁ ଚାଲି ଗଲା ଶିକ୍ଷକ ଙ୍କ ଜୀବନ।
ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଅକ୍ସିଜେନ ଅଭାବ ରୁ ଆଜି ଜଣେ ଶିକ୍ଷକ ଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହକୁ ନେଇ ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ପରେ ପୁଲିସ ହସ୍ତକ୍ଷେପ ଦ୍ବାରା ଏହା ପ୍ରଶମିତ ହୋଇଥିଲା।ତେବେ ଦାୟିତ୍ଵ ରେ ଥିବା ଫାର୍ମାସିଷ୍ଟ ଙ୍କ ଅବହେଳା ଏପରି ହୋଇ ଥିବା ପରିବାର ଲୋକେ ଅଭିଯୋଗ କରିବା ସହ ସମ୍ପୃକ୍ତ ଫାର୍ମାସିଷ୍ଟ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ନୂଆପଡ଼ା ଜିଲ୍ଲା ଗୋରଲା ହାଇସ୍କୁଲ ରେ କାର୍ଯ୍ୟରତ ଶିକ୍ଷକ ସୁଧାଂଶୁ ଶେଖର ସା ନିଜ ଧର୍ମଗଡ ନିକଟସ୍ଥ ଛିଲୀପା ଗାଁ କୁ ଆସିଥିଲେ ଆଜି ସକାଳେ ଶ୍ୱାସ କ୍ରିୟା ରେ ଅସହଜ ଅନୁଭବ କରିବା ରୁ ତାଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ କୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଇଲେକ୍ଟ୍ରି ଅକ୍ସିଲେଟର ଲଗାଇ ଥିଲେ। ତେବେ ଅକ୍ସିଜେନ ଲେବଲ୍ କମୁ ଥିବାରୁ ସିଲିଣ୍ଡର ଦ୍ଵାରା ଅକ୍ସିଜେନ ଦେବା ପାଇଁ ଡ଼ାକ୍ତର ସମ୍ପର୍କୀୟ ଙ୍କୁ କହିଥିଲେ ତେବେ ଡାକ୍ତରଖାନାରେ ସିଲିଣ୍ଡର ମହଜୁଦ ନ ଥିବା ଫାର୍ମାସିଷ୍ଟ କହିଥିଲେ। ପରେ ସମ୍ପର୍କୀୟ ମାନେ ବିଧାୟକ ଙ୍କୁ ହସ୍ତକ୍ଷେପ ପାଇଁ ଫୋନ୍ କରିବା ପରେ ପେସେଣ୍ଟ ନିକଟକୁ ଅକ୍ସିଜେନ ସିଲିଣ୍ଡର ଅଣା ଯାଇଥିଲା ହେଲେ ସେତେବେଳ କୁ ସୁଧାଂଶୁ ଙ୍କ ମୃତ୍ୟୁ ହୋଇ ସାରି ଥିଲା। ଅକ୍ସିଜେନ ସିଲିଣ୍ଡର ମିଳିବା ରେ ବିଳମ୍ବ ଯୋଗୁ ତାଙ୍କର ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରି ଥିବା ବେଳେ ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ର ହସ୍ତକ୍ଷେପ ପରେ ଏହା ପ୍ରଶମିତ ହୋଇଥିଲା । ଏ ସମ୍ପର୍କ ରେ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ଯୋଗା ଯୋଗ କରିବାରୁ ଦାୟିତ୍ଵ ରେ ଥିବା ଡାକ୍ତର ରୋଗୀ କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟ କୁ ନେବା ପାଇଁ ରେଫର କରିଥିଲେ ବୋଲି କହିବା ସହ ସମସ୍ତ ଅଭିଯୋଗ କୁ ଖଣ୍ଡନ କରି ଥିଲେ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
