ଧ୍ୟାନ ବଳରେ ମାନସିକ ଶାନ୍ତି ଓ ଶାରୀରିକ ସୁସ୍ଥତା ମିଳେ
ଭୁବନେଶ୍ବର :- ପୋଖରୀପୁଟ ମଧୁସୂଦନ ପାର୍କ ଯୋଗ ମଣ୍ଡପରେ ଆନ୍ତର୍ଜାତୀୟ ଧ୍ୟାନ ଦିବସ ଯୋଗଗୁରୁ ଲକ୍ଷ୍ମୀ ନାରାୟଣ ପାଢୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ପଠାଣି ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ l ଏହି ଅବସରରେ ଶ୍ରୀ ପାଢୀ ଉପସ୍ଥିତ ଯୋଗସାଧକ ମାନଙ୍କୁ ଯୋଗ,ପ୍ରାଣାୟାମ ଓ ଧ୍ୟାନର ଉପକାରିତା ତଥା ମଣିଷଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବା ସହିତ ଶାରୀରିକ ସୁସ୍ଥତା ପ୍ରଦାନ କରେ ବୋଲି ବକ୍ତବ୍ୟ ରଖିଥିଲେ l ମୁଖ୍ୟବକ୍ତା ହର୍ଷବର୍ଦ୍ଧନ ଉଦ୍ଗାତା ନାଚ, ଗୀତ, ବ୍ୟାୟମ,ଯୋଗ ମନୋରଞ୍ଜନ ସହିତ ମାନସିକ ଶାନ୍ତି ଓ ସକାରାତ୍ମକ ଚିନ୍ତା ଉଦ୍ରେକ କରେ ବୋଲି ମତବ୍ୟକ୍ତ କରିଥିଲେ l ସୁଖ ଓ ଆନନ୍ଦ ମଣିଷ ଜୀବନ ଅସ୍ତିତ୍ବର ମୂଳ ଆଧାର ଏବଂ ନିୟମିତ ଯୋଗ, ପ୍ରାଣାୟାମ, ଧ୍ୟାନ ମଣିଷ ମନରେ ଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଜୀବନକୁ ମଧୁମୟ କରେ ବୋଲି ସ୍ତମ୍ଭକାର ନିର୍ମଳ ଚନ୍ଦ୍ର ସାମଲ କହିଥିଲେ l ଯୋଗସାଧକ ମାନେ ସମବେତ ଭାବେ ଚାଳିଶ ମିନିଟ୍ ଧରି ଯୋଗ ଓ ଧ୍ୟାନ ସାଧନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶିର ଦାଶ, ଲମ୍ବୋଦର ପଣ୍ଡା, ଅଭୟ ମହାପାତ୍ର, ପ୍ରଭାକର ସାହୁ, ଦଶାରଥ ନନ୍ଦ, ସଂଜୀବ ସାହୁ , ମନୋଜ ସାହୁ, ରମାକାନ୍ତ ସାହୁ, ବାଇଧର ପାତ୍ର, ନାରାୟଣ କର, ତରଣୀସେନ୍ ନାୟକ ପ୍ରମୂଖ ଉପସ୍ଥିତ ଥିଲେ l ଶେଷରେ ମିଟୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
