December 24, 2025
Home » ସାଂସ୍କୃତିକ ଶୋଭାଯାତ୍ରା ସହ ଧୁମଧାମରେ ଶୁଭାରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ସାଂସ୍କୃତିକ ଶୋଭାଯାତ୍ରା ସହ ଧୁମଧାମରେ ଶୁଭାରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

0
WhatsApp Image 2025-12-24 at 5.39.04 PM

ବରଗଡ଼: ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଏହିବର୍ଷ ଏକ ଭବ୍ୟ ଓ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଆଧିକାରିକ ଭାବେ ଶୁଭାରମ୍ଭ ହୋଇଛି। ଧନୁଯାତ୍ରାର ଐତିହ୍ୟ, ପରମ୍ପରା ଓ ଲୋକସଂସ୍କୃତିକୁ ଉଜାଗର କରିଥିବା ଏହି ଶୋଭାଯାତ୍ରା ସହରକୁ ଉତ୍ସବମୁଖର କରିଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ, ସମ୍ମାନୀୟ ଅତିଥି ଭାବେ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ମାନ୍ୟବର ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମୀନା ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଓ ଶ୍ରୀମତୀ ମଧୁଛନ୍ଦା ସାହୁ, ଧନୁଯାତ୍ରା ମହୋତ୍ସବ ସମିତି ର ସମ୍ପାଦକ ସୁରେଶ୍ଵର ଶତପଥୀ, ବରଗଡ଼ ପୌରପରଷଦର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ (ଉତ୍ତରାଞ୍ଚଳ) ଶ୍ରୀମତି କଲ୍ୟାଣୀ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ପ୍ରହଲ୍ଲାଦ ଖୋସ୍ଲା ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।ଗାନ୍ଧୀ ଛକରୁ ଅପରାହ୍ନ ୨ଟାରେ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ସହର ପରିକ୍ରମା କରି ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା।ଶୋଭାଯାତ୍ରାରେ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ମୋଟ ୨୨ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ପାରମ୍ପରିକ ନୃତ୍ୟ, ଲୋକଗୀତ ଓ ରଙ୍ଗୀନ ପୋଷାକରେ ସଜ୍ଜିତ କଳାକାରମାନଙ୍କ ପ୍ରଦର୍ଶନ ଶୋଭାଯାତ୍ରାକୁ ଅତ୍ୟନ୍ତ ଆକର୍ଷଣୀୟ କରିଥିଲା। ରାଜ୍ୟ ବାହାରୁ ଆସିଥିବା ଛତିଶଗଡ଼ର “ମା ସମଲେଶ୍ୱରୀ କର୍ମା ଡାନ୍ସ ଗ୍ରୁପ୍”, “ପାନ୍ଥି ଡାନ୍ସ ଗ୍ରୁପ୍” ଏବଂ କୋଲକାତାର “ଫ୍ରକ୍‌ ଡାନ୍ସ ଗ୍ରୁପ୍” ର ପ୍ରଦର୍ଶନୀ ଦର୍ଶକମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଏହି ସାଂସ୍କୃତିକ ଶୋଭାଯାତ୍ରାର ସଫଳ ଆୟୋଜନ ଧନୁଯାତ୍ରା ପ୍ରଚାର–ପ୍ରସାର କମିଟିର ସହଯୋଗରେ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ପ୍ରଶାସନ ଓ ପୋଲିସ ବିଭାଗର ସକ୍ରିୟ ସହଯୋଗ ଉଲ୍ଲେଖନୀୟ ଥିଲା।

baragada jilla ru khyamanindhi bandhuki nka report

Leave a Reply

Your email address will not be published. Required fields are marked *