February 23, 2026
Home » ସ୍ନେହୀସମାଜ ଭୁବନେଶ୍ୱର ତରଫରୁ ୫୭ ତମ ସାଧାରଣ ଅଧିବେଶନ

ସ୍ନେହୀସମାଜ ଭୁବନେଶ୍ୱର ତରଫରୁ ୫୭ ତମ ସାଧାରଣ ଅଧିବେଶନ

0
WhatsApp Image 2025-12-28 at 7.06.30 PM (1)

ସ୍ନେହୀସମାଜ ଭୁବନେଶ୍ୱର ତରଫରୁ ୫୭ ତମ ସାଧାରଣ ଅଧିବେଶନ ସଭାପତି ଡ ଅନନ୍ତ ଚରଣ ସାହୁଙ୍କ ସଭାପତିତ୍ୱରେ ଭଞ୍ଜ କଳାମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ୭୦୦ ରୁ ଉର୍ଦ୍ଧ ସଭ୍ୟସଭ୍ୟାମାନେ ଯୋଗ ଦେଇଥିଲେ। ଏହି ଅଧିବେଶନରେ ଶ୍ରୀ କୃପାସାଗର ସାହୁ, ଅବସରପ୍ରାପ୍ତ ଭାରତୀୟ ରେଳବାଇ ପରିଚାଳନା ସେବା, ଶ୍ରୀସହଦେବ ସାହୁ, ସେବାନିବୃତ୍ତ ଆଡିସ୍‌ନାଲ କମିଶନର, ଦ୍ରବ୍ୟ ଓ ସେବାକର, ଓଡିଶା ଏବଂ ଡ ଜୟନ୍ତୀ ସାହୁ, ଅବସରପ୍ରାପ୍ତ ପ୍ରଧ୍ୟାପିକା ଯଥାକ୍ରମେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ନେହୀ ସମାଜର କାର୍ଯ୍ୟପ୍ରଣାଳୀର ଭୂୟସୀ ପ୍ରଶଂସା କରିଥିଲେ। ତୈଳକବୈଶ୍ୟ ସମାଜର ଲୋକମାନେ କିପରି ସମାଜରେ ବିଭିନ୍ନ ସମାଜସେବା କରି ଆଦୃତ ହୋଇଛନ୍ତି ତାହାବୁଝାଇଥିଲେ। ଏହି ଅଧିବେଶନରେ ସ୍ୱଜାତିର ସ୍ୱର୍ଗତ ହରେକୃଷ୍ଣ ସାହୁଙ୍କୁ ମରଣତ୍ତୋର ସ୍ନେହୀରତ୍ନ ସମ୍ମାନ, ଓ ଶ୍ରୀ ସୋମାନନ୍ଦ ସାହୁ ଆଇଆରଏସ୍‌, ଶ୍ରୀନୀଳମାଧବ ପୃଷ୍ଟି ଅବସରପ୍ରାପ୍ତ ପ୍ରଶାସକ, ସମାଜସେବୀ ଶ୍ରୀ ଗିରିଧାରୀ ସାହୁ ଓ ଶ୍ରୀ ଅଇଁଠୁ ସାହୁ, ପ୍ରକାଶ କୁମାର ସାହୁ ଏହି ସମାଜସେବୀଙ୍କୁ ସ୍ନେହୀ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେହିଭଳି ସ୍ୱଜାତିର କୁମାରୀ ଅର୍ପିତା ସାହୁ, ଓଡିଶା ଜୁଡିସିଆଲ ସର୍ଭିସ ଓ ଉଦୀୟମାନ ବ୍ୟାଡମିଣ୍ଟନ କ୍ରୀଡାବିତ ସାଇପ୍ରିୟା ସୁବୁଦ୍ଧିଙ୍କୁ ସ୍ନେହୀ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହାବ୍ୟତୀତ ଦୃଷ୍ଟିବାଧିତ ବାଳକ, ବାଳିକା ଦୁସ୍ଥ ମହିଳା, ଦୁସ୍ଥ ପୁରୁଷ, ସିବିଏସ୍‌ଇ ଟପ୍ପର, ଯୁକ୍ତ ଦୁଇ ବିଜ୍ଞାନ ଟପ୍ପରଙ୍କୁ ଆର୍ଥୀକ ସହାୟତା ଓ ସମ୍ମାନୀତ କରିବା ସଙ୍ଗେ ସଙ୍ଗେ ଉତ୍କଳ ବିଶ୍ୱବିଦ୍ୟାଳୟର ଏମବିବିଏସ୍ ଟପ୍ପର, ଏମ୍‌ବିଏ ଟପ୍ପରଙ୍କୁ ସ୍ୱର୍ଣ୍ଣ ପଦକ ଦେଇ ସମ୍ମାନୀତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପିଲାମାନଙ୍କ ଦ୍ୱାରା ଏବଂ ସାଇ ସୃତି କଳାକେନ୍ଦ୍ର କଳାକାରମାନଙ୍କଦ୍ୱାରା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସ୍ନେହୀ ସମାଜର ସାଧାରଣ ସମ୍ପାଦକ ଇଂ ଦାମୋଦର ସାହୁ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।