January 2, 2026
Home » ଜନତାଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ ଜୋରଦାର ହେବ

ଜନତାଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ ଜୋରଦାର ହେବ

0
WhatsApp Image 2025-12-30 at 12.13.53 PM

ସାତଟି ପ୍ରସଙ୍ଗ ନେଇ ଗାନ୍ଧୀମାର୍ଗରେ ବିକ୍ଷୋଭ ହେବ

ଭୁବନେଶ୍ୱର : ବାଟା ପାୱାର କମ୍ପାନୀ ଦ୍ୱାରା ବାଧ୍ୟତାମୂଳକ ସ୍ମାର୍ଟ ମିଟର ଲସାଇବା ଫଳରେ ଗ୍ରାହକମାନେ ବ୍ୟାପକ ହଇରାଣ ଭୋଗୁଛନ୍ତି । ରାଜ୍ୟ ସରକାର ନୀରବ ଦର୍ଶକ ହୋଇ କର୍ପୋରେଟ୍ ସ୍ୱାର୍ଥକୁ ସାଧାରଣ ଲୋକଙ୍କ ଟିକସରେ ସୁରକ୍ଷା ଦେଉଛନ୍ତି ।ରାଜ୍ୟ ସରକାର ଟାଟା ପାୱାର କମ୍ପାନୀ ପାଇଁ ୩୭୫ କୋଟି ଟଙ୍କା ଵିନିଯୋଗ କରିବେ । ଗ୍ରାହକମାନେ ଟଙ୍କା ପ୍ରଦାନ କରିବା ପାଇଁ ବୋଝ ଭାବି ସ୍ମାର୍ଟ ମିଟର ସଂଯୋଗକୁ ବିରୋଧ କରାଯାଇନାହିଁ । ନୀତିଗତ ଭାବେ ସ୍ମାର୍ଟ ମିଟର ସଂଯୋଗକୁ ବିରୋଧ କରାଯାଇଛି । ସରକାର ଯଦି ସ୍ମାର୍ଟ ମିଟର ବାବଦରେ କମ୍ପାନୀର ସ୍ୱାର୍ଥ ପାଇଁ ଗ୍ରାହକମାନଙ୍କୁ ସଂଗଠିତ ଭାବେ ଆଧୁନିକ ଉପାୟରେ ଶୋଷଣ କରିବା ନିମନ୍ତେ ଅନୁମୋଦନ କରୁଛନ୍ତି, ତେବେ ବିଦ୍ୟୁତ୍ କ୍ଷେତ୍ରରେ ଘରୋଇ (Domestic) ଗ୍ରାହକମାନଙ୍କୁ ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା ଦେବାରେ ଅସୁବିଧା କେଉଁଠି ? ଏବଂ କୃଷି କ୍ଷେତ୍ର ପାଇଁ ବିଦ୍ୟୁତ୍ ସଂପୂର୍ଣ ରିହାତି ପ୍ରଦାନ ପାଇଁ ଅସୁବିଧା କେଉଁଠି ? ସରକାର ଲୋକଙ୍କର ନା ଟାଟା କମ୍ପାନୀର ? ଟାଟା କମ୍ପାନୀର ଦଲାଲି ନୀତି ବନ୍ଦ କରିବା, ସ୍ମାର୍ଟ ମିଟର ସଂଯୋଗ ବାତିଲ କରିବା ଏବଂ ଅତିଶିକ୍ତ ଅମାନତ/ସୁରକ୍ଷା ଜମା ଅର୍ଥ ପ୍ରଦାନ ନୋଟିସ୍ ବାତିଲ କରିବା ପାଇଁ ସିପିଏମ ଦାବି କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ପାର୍ଟିର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି. ଏଥିସହ ବିଧାୟକମାନଙ୍କ ଦରମା, ପେନ୍‌ସନ୍ ଏବଂ ଭତ୍ତା ବୃଦ୍ଧିର ଜନବିରୋଧୀ ନିଷ୍କତିକୁ ପ୍ରତ୍ୟାହାର କରିବା, ଧାନ କୁପନ ବଣ୍ଟନରେ ବିଶୃଙ୍ଖଳା ଓ କୃଷକମାନଙ୍କ ମଣ୍ଡିରେ ଦୁର୍ଦ୍ଦଶା,ମହିଳା ଓ ନାବାଳିକାମାନଙ୍କ ବିରୁଦ୍ଧରେ ଜଘନ୍ୟ ଅପରାଧ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପ୍ରବାସୀ ଶ୍ରମିକମାନଙ୍କ ଉପରେ ବଢ଼ୁଥିବା ଆକ୍ରମଣ, କିସରେରେ ଆଦିବାସୀ ଛାତ୍ରଙ୍କୁ ହତ୍ୟା ଓ ପ୍ରଦୂଷଣ ପ୍ରମାଣପତ୍ର (PUC) ସମସ୍ୟାକୁ ନେଇ ଆସନ୍ତା 9ତାରିଖରେ ପାର୍ଟି ପକ୍ଷରୁ ଗାନ୍ଧୀମାର୍ଗ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ବିକ୍ଷୋଭ ଓ ଆନ୍ଦୋଳନ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ. ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ପୂର୍ବତନ ସମ୍ପାଦକ ଜନାର୍ଦ୍ଧନ ପତି, ଅଳି କିଶୋର ପଟ୍ଟନାୟକଙ୍କ ସହ ବଦ୍ରି ନାରୟଣ ଦାଶ ଓ ନାରୀନେତ୍ରୀ ପୁଷ୍ପା ଦାଶ ପ୍ରମୁଖ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *