February 3, 2026
Home » ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା – ୨୦୨୬

ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା – ୨୦୨୬

0
WhatsApp Image 2026-01-04 at 1.34.12 PM

ସୁବର୍ଣ୍ଣପୁର: ଶନିବାର ଦିନ ” ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା – ୨୦୨୬ ଆରମ୍ଭ ପୂର୍ବରୁ ନିମନ୍ତ୍ରଣ ସହିତ ପ୍ରଥମ ନିମନ୍ତ୍ରଣ ପତ୍ରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଦ୍ଵାରା ପୂଜାର୍ଚ୍ଚନା ସହିତ ସହରର ଅଧିଷ୍ଠାତ୍ରୀ ମା ସୁରେଶ୍ଵରୀ ଦେବୀଙ୍କ ମନ୍ଦିରରେ ଅର୍ପଣ କରାଯାଇଥିଲା। ଏହି ନିମନ୍ତ୍ରଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତି ଅଞ୍ଜଳିନା ପ୍ରଧାନ,ଉପଜିଲ୍ଲାପାଳ, ସୋନପୁର, ଡ. ସୌମ୍ୟାରୁପା ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ଯମୁନା ପ୍ରଧାନ, ଡେପୁଟି ମୁଖ୍ୟ ନିର୍ବାହୀ, ଡି.ଏସ.ଏମ.ଏସ, ଓରମାସ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ମଙ୍ଗଳ ପଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଶ୍ରୀ ଅର୍ଜୁନ ମାଝୀ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ର କର୍ମଚାରୀଙ୍କ ସମେତ ସୁବର୍ଣ୍ଣପୁର ସହରର ବୁଦ୍ଧିଜୀବୀ ଶ୍ରୀ ଶ୍ରୀବତ୍ସ ମଲ୍ଲିକ, ଶ୍ରୀ ବୈକୁଣ୍ଠ ଶତପଥୀ, ନାଟ୍ୟ ଶ୍ରୀ ଗଦାଧର ବାରିକ, ବିଶିଷ୍ଟ କଳାକାର ଶ୍ରୀ ଚୌଧୁରୀ ବିଭାରଙ୍କ ସହିତ ସୁବର୍ଣ୍ଣପୁର ସହରର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *