ପୁଷ ପୂର୍ଣ୍ଣିମା ରେ ସମୁଦ୍ର ଆରତୀ
ବ୍ରହ୍ମପୁର: ଆଦିତ୍ୟ ବାହିନୀ -ଆନନ୍ଦ ବାହିନୀ ଓ ପୀଠ ପରିଷଦ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପୈଷ ପୂର୍ଣ୍ଣିମା ଅବସରରେ ଗୋପାଳ ପୁର ନିକଟସ୍ଥ ବକ୍ସି ପଲ୍ଲୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ (ସମୁଦ୍ର କୂଳରେ) ୨୦ ତମ ସମୁଦ୍ର ଆରତୀ ଅନୁଷ୍ଠିତ ହୋଇଯାଇଅଛି। ପୁରୀ ଶଙ୍କରାଚାର୍ଯ୍ୟ ୨୦ ବର୍ଷ ତଳେ ସ୍ବହସ୍ତରେ ଏହି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ । ଗୁରୁଜୀ ଙ୍କ ନିର୍ଦ୍ଦେଶନାରେ ସମଗ୍ର ସମୁଦ୍ର କୂଳ ତୀର୍ଥ ସ୍ଥଳ ମାନଙ୍କରେ ପ୍ରତିବର୍ଷ ଏହି ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ଗଞ୍ଜାମ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ମାର୍ଗଦର୍ଶନରେ କୋଷାଧ୍ୟକ୍ଷ ରାମ ପ୍ରସାଦ ପଣ୍ଡା, ଉପଦେଷ୍ଟା ଉପେନ୍ଦ୍ର ନାଥ ପାଣିଗ୍ରାହୀ, ସଭାପତି ଶିବ ଶଙ୍କର ମାଦଳା, ରବୀନ୍ଦ୍ର ସାହୁ,ଟୁଙ୍ଗୁରୁ ବିଷୋୟୀ,ବାଲାଜୀ ପାଣିଗ୍ରାହୀ, ମନୋଜ ସାହୁ ତଥା ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ`l ପ୍ରଥମେ ସାଗର ପୂଜା, ଆରତୀ, ପୁଷ୍ପାଞ୍ଜଳି ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
