February 5, 2026
Home » ବଙ୍ଗାଳୀ ସମାଜ ପକ୍ଷରୁ ରଖେଲଗୁଡ଼ା ଏମ୍ଭି ୨୬ରେ ଘଟିଥିବା ଏହି ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

ବଙ୍ଗାଳୀ ସମାଜ ପକ୍ଷରୁ ରଖେଲଗୁଡ଼ା ଏମ୍ଭି ୨୬ରେ ଘଟିଥିବା ଏହି ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

0
WhatsApp Image 2026-01-06 at 9.18.37 PM

ମାଲକାନଗିରି ଜିଲ୍ଲା ରଖେଲଗୁଡ଼ା ଗ୍ରାମ ଓ ଏମ୍ଭି ୨୬ରେ ଲାଖେ ପଡ଼ିଆମିଙ୍କ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଘଟଣା ସମ୍ପର୍କକୁ ନେଇ ମଙ୍ଗଳବାର ଦିନ ବଙ୍ଗାଳୀ ସମାଜର ସଭାପତି ଗୌରାଙ୍ଗ କର୍ମକରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଘଟଣା ନେଇ ସମାଜ ଘୋର ନିନ୍ଦା କରିବା ସହ ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି ରଖୁଛୁ। ସରକାର ଘୋଷିତ ଅନୁକମ୍ପା ରାଶିକୁ ପୁନର୍ବିଚାର କରି ତାହାକୁ ଆହୁରି ଅଧିକ କରାଯାଉ ବୋଲି ବଂଗଲିସମାଜ ତରଫରୁ ଆପଣଙ୍କ ଜରିଆରେ ସରକାରଙ୍କୁ ନିବେଦନ କରାଯାଇଛି। ନଷ୍ଟ ହୋଇଥିବା ୨୫୦ ଘର ସଜାଡିବା ପାଇଁ ଅତି କମରେ ₹୩୦ କୋଟି ଖର୍ଚ୍ଚ ହେବ। କିନ୍ତୁ ,ଗତ ୩୦ ତାରିଖ ଦିନ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ନଷ୍ଟ ଘର ସକାଶେ ୭୫,୦୦୦/- ଓ ସମ୍ପୂର୍ଣ୍ଣ ଭାବେ ନଷ୍ଟ ଦୋକାନ ସକାଶେ ୨୦,୦୦୦/- ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ,ଯାହା କି ଅତି ଦୁଃଖଦାୟକ। ଆମେ ଆପଣଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ୩୦ କୋଟି ଅନୁଦାନ ଯୋଗାଇବାକୁ ଅନୁରୋଧ କରୁଛୁ।

ଦ୍ୱିତୀୟତଃ, ଏମ୍ଭି ୨୬ରେ ଘଟିଥିବା ଏହି ଘଟଣା ସମ୍ପର୍କରେ କହିବାକୁ ଗଲେ ଯାହା ହିନ୍ଦୁ ବିରୋଧୀ,ଭାରତ ବିରୋଧୀ ହେଉ ଏଗେନ୍ସୀ ରହିଛି ଚିର୍ହ୍ନତ କରି ଦଣ୍ଡ ଦୀୟନ୍ତୁ। ଯାହା କି ସନାତନ ସମାଜ ବିରୋଧୀ ଏପରି ନରକିଆ କାଣ୍ଡ କରିଥିବା ଆମର ସନ୍ଦେହ । ତେଣୁ,ଏମ୍ଭି ୨୬ରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଜଡ଼ିତଙ୍କୁ cbi ତଦନ୍ତ କରାଯାଇ ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ। । ଦୀର୍ଘ ୬୦ ବର୍ଷରୁ ଆମେ ବଙ୍ଗାଳୀ ଓ ଆଦିବାସୀ ପରିବାର ଏକ ଜାଗାରେ ରହି ମିଳିମିଶି ବଞ୍ଚିଛୁ ସହ ଉଭୟ ଉଭୟଙ୍କ ପର୍ବପର୍ବାଣୀରେ ନିମନ୍ତ୍ରଣରେ ଯୋଗ ଦେଇ ଆସୁଥିବା ବେଳେ ଦୁହେଁ ଏକାଠି ଭାଇଚାରା ବଜାୟ ରଖିଛୁ ସହ ଆମେ ଏହା କରିଚାଲିଛୁ ଏବଂ ଆମ ମଧ୍ୟରେ କୌଣସି ଶତ୍ରୁତା ନାହିଁ। ଏଠାରେ ସାନ୍ତାଳ ପରିବାରର ସଦସ୍ୟ ମାନେ ଆମ ସମାଜରେ ଅନେକ ଉଚ୍ଚ ପଦବୀରେ ଅଛନ୍ତି ଯେଉଁମାନେ କି ସରକାରୀ ଦଳ ସହ ଜଡ଼ିତ ଅଛନ୍ତି ଆଜି ସେମାନଙ୍କୁ ବଙ୍ଗାଳୀ ସମାଜରୁ ବହିଷ୍କୃତ କରାଯାଉଛି। ଆଗାମୀ ଦିନରେ ମଲ୍ୟବନ୍ତ ଓ ବେଜଗବଦ ଉତ୍ସବ ରହିଛି । ତେଣୁ ତାକୁ ଦୃଷ୍ଟିରେ ରଖି ଆଗାମୀ ୯ ତାରିଖ ସୁଦ୍ଧା ଯଦି ସରକାର ଭବିଷ୍ୟତରେ ଆମ ଦାବି କଥା ନ ଶୁଣନ୍ତି, ତେବେ ଆମର ବଙ୍ଗାଳୀ ସମାଜ ରାସ୍ତାକୁ ଓହ୍ଲାଇବ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *