ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ର ତୃତୀୟ ସନ୍ଧ୍ୟାରେ ପ୍ରବଳ ଭିଡ଼*
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲାର କଳା, ସଂସ୍କୃତି, ଐତିହ ଓ ବିକାଶ ଧାରାର ବାର୍ତ୍ତାଵହ ୩୨ ତମ “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ବେଳେ ପ୍ରଥମେ ପଶ୍ଚିମ ଓଡ଼ିଶାର କଳାକାର ଓ କଣ୍ଠଶିଳ୍ପୀ ମାନେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସଭା ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଡ଼. ସାହୁ ସମସ୍ତ ଅତିଥି ମାନଙ୍କ ସହିତ ଉପସ୍ଥିତ ଦର୍ଶକ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିବା ସହ କିଣାବିକା କରି ବିଭିନ୍ନ ପାରମ୍ପାରିକ ଖାଦ୍ୟର ଭରପୂର ମଜା ନେବା ପାଇଁ ଅନୁରୋଧ କରିଥିଲେ । ଏହି ସାଂସ୍କୃତିକ ସଭାରେ ମୂଖ୍ୟ ଅତିଥି ପ୍ରଫେସର ଡ. ବିଧୁଭୂଷଣ ମିଶ୍ର, କୁଳପତି ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତି ବିହାର) ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ପ୍ରଫେସର ଡ. ରଘୁନାଥ ମେହେର ଅବସର ପ୍ରାପ୍ତ ପ୍ରାଧ୍ୟାପକ ସମ୍ବଲପୁର ସୁଶାନ୍ତ କୁମାର ଦାଶ କୁଳପତି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ପ୍ରଫେସର ଡ.ଗୋପିନାଥ ବାଗ, ଓଡ଼ିଆ ବିଭାଗ ବିଶ୍ବବିଦ୍ୟାଳୟ ସମ୍ବଲପୁର ଯୋଗଦାନ କରି ଲୋକ ମହୋତ୍ସବର ସାମଗ୍ରିକ ସାଜସଜ୍ଜା ବହୁତ୍ ଉଚ୍ଚ କୋଟୀର ହୋଇଥିବାରୁ ଜିଲ୍ଲାପାଳ ଙ୍କୁ ପ୍ରଶଂସା କରିଥିଲେ । ସୁବର୍ଣ୍ଣପୁର ମଣିଷ ର ମାଟି, ମନର ମାଟି ଓ ମହାନଦୀର ମାଟି ବୋଲି ମତ ରଖିବା ସହିତ ଆପଣଙ୍କ ଜିଲ୍ଲାପାଳ ଜଣେ ସୁନାର ଭଲ ମଣିଷ ବୋଲି ଖୁବ୍ ପ୍ରଶଂସା କରିଥିଲେ । ଶିଳ୍ପ ଓ କଳା ସଂସ୍କୃତି ସହ ଏଠାକାର ପଲ୍ଲୀଶ୍ରୀ ମେଳା ଯୋଡ଼ି ହୋଇଛି ବୋଲି କହିଥିଲେ । କୁଳପତି ଗଙ୍ଗାଧର ବିଶ୍ୱବିଦ୍ୟାଳୟ ଉପସ୍ଥିତ ଦର୍ଶକ ଓ ଉପସ୍ଥିତ ଜନ ସମାବେଶ କୁ ତାଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ତାଙ୍କ ଅଭିଭାଷଣରେ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଜନସାଧାରଣଙ୍କୁ “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବକୁ ଉପଭୋଗ କରିବା ଓ ଭରପୁର ମଜା ନେବା ସହିତ ପଲ୍ଲୀଶ୍ରୀ ମେଳାରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଉତ୍ପାଦ ଗୁଡ଼ିକ କିଣିବା ପାଇଁ ଅନୁରୋଧ କରିଥିଲେ । ବିନିକା ସେଣ୍ଟ ଭେଲୀ ସ୍କୁଲ ର ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଭୀମ ଭୋଇ କଳାକାର ଙ୍କ ଦ୍ଵାରା ସମାପନ ସଙ୍ଗୀତ ଗାନ କରାଯାଇଥିଲା । ସଭା ଶେଷରେ ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଦଳ ଯଥା ବ୍ଲକ କଳା ପରିଷଦ ସଂଘ ସୋନପୁର, ମହଦା ଦଣ୍ଡନୃତ୍ୟ ଦଳ ବିନିକା, ଓଡିଶୀ ଭୁବନେଶ୍ୱର, ପଏଁରୀ ସୋନପୁର, ବଙ୍ଗୀୟ ସନାତନୀ ସଂସ୍କୃତି ସଂଘ ପଶ୍ଚିମବଙ୍ଗ,ବିହୁ ନୃତ୍ୟ ଆସାମ, ସୟମ ପଡିଆବାହାଲ, ବରଗଡ଼, ନୂତନ କଳା ପରିଷଦ ଫୁଲବାଣୀ, ଝୁମର ହରିୟଣା , ରୂପଶ୍ରୀ କଳା ପରିଷଦ ତରଭା, ପାଇକ ଆଖଡ଼ା ଖୋର୍ଦ୍ଧା, ଢାପ ପାଟଣାଗଡ଼ଙ୍କ ଗୀତ ନାଚ କୁ ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଉପଭୋଗ କରିଥିଲେ । ଫୁଡ୍ କୋର୍ଟ ଓ ପଲ୍ଲୀଶ୍ରୀ ମେଳାର ବିଭିନ୍ନ ଷ୍ଟଲରେ ଲୋକଙ୍କ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
