August 22, 2026
Home » ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜନ୍ମବେଦୀ ଶ୍ରୀ ଗୁଣ୍ଡିଚା ର ଚାରିପାର୍ଶ୍ୱ ର ଉନ୍ନତି କରଣ ହେବ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜନ୍ମବେଦୀ ଶ୍ରୀ ଗୁଣ୍ଡିଚା ର ଚାରିପାର୍ଶ୍ୱ ର ଉନ୍ନତି କରଣ ହେବ

0
WhatsApp Image 2026-01-10 at 7.38.53 AM

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜନ୍ମବେଦୀ ଶ୍ରୀ ଗୁଣ୍ଡିଚା ର ଚାରିପାର୍ଶ୍ୱ ର ଉନ୍ନତି କରଣ ହେବ। ମନ୍ଦିର ର ଚାରିପାଖ ରେ ସୋନ୍ଦର୍ଯ୍ୟକରଣ କାର୍ଯ୍ଯ ଓ ସୁନ୍ଦର ଉଦ୍ୟାନ କରାଯିବ। ବାହାର ବେଢ଼ାର କାନ୍ଥର ବାହାର ପାର୍ଶ୍ୱକୁ ଆଲୋକୀକରଣ ମଧ୍ୟ କରାଯିବ। ଏଥି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ୩ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କରିବ। ଏଥି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକଳ୍ପ କାର୍ଯ୍ୟ କୁ ୪ ମାସ ଭିତରେ ସାରିବାକୁ ଯୋଜନା ରହିଛି। କଳିଙ୍ଗ ମନ୍ଦିର କଳା ଅନୁରୂପ ସମସ୍ତ କାର୍ଯ୍ୟ ହେବ । ବେଢ଼ାରୁ ପ୍ଲାଷ୍ଟର ଛଡାଯାଇ ନଷ୍ଟ ହୋଇଥିବା ପଥର ସ୍ଥାନରେ ଖଣ୍ଡେଲାଇଟ୍ ପଥର ପକାଯିବ। ବେଢ଼ା କାନ୍ଥକୁ କେମିକାଲ ୱାସ କରାଯିବ। ଯାହାକି ଅଧିକ ଦିନ ଚିକ୍ ଚିକ କରିବ। ଏବେ ଶ୍ରୀ ଗୁଣ୍ଡିଚା ମନ୍ଦିର ର ଭିତରେ ଆବଶ୍ୟକ କାର୍ଯ୍ୟ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିର ର ଉନ୍ନତି କରଣ ପ୍ରକଳ୍ପ ରେ ସରକାର ୩୨ କୋଟି ୭ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା ୨୦୨୬ ମେ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥାତ୍ ଆଗାମୀ ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର କୁ ଭିତରୁ ଓ ବାହାରୁ ଏକ ସୁନ୍ଦର ରୂପ ଦେବାକୁ ସରକାର ପ୍ରୟାସ କରୁଛନ୍ତି। ଯାହା ଫଳରେ ଏବେ ଶ୍ରଦ୍ଧାଳୁ ଙ୍କ ପାଇଁ ପରିଦର୍ଶନ ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବ ନାହିଁ। ଗତ ୨୦୨୦ କୋଭିଡ ମହାମାରୀ ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଭକ୍ତ ଙ୍କ ପାଇଁ ବନ୍ଦ ରହିଛି। ଚଳିତବର୍ଷ ରଥଯାତ୍ରା ସୁଦ୍ଧା ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସରିଲେ ଏହା ଶ୍ରଦ୍ଧାଳୁ ଙ୍କ ପାଇଁ ଖୋଲାଯିବାର ଆଶା କରାଯାଉଛି।ସେପଟେ ଆଉ ଦେଢ଼ ମାସ ପରେ ଆରଂଭ ହୋଇଯିବ ଖରାର ପ୍ରକୋପ। ମହାପ୍ରଭୁ ଙ୍କୁ ଦର୍ଶନ ବେଳେ ଶ୍ରୀ ମନ୍ଦିର ନାଟ ମଣ୍ଡପ ରେ ବଢ଼ିବ ଶ୍ରଦ୍ଧାଳୁ ଙ୍କ ଯନ୍ତ୍ରଣା। ମାତ୍ର ଏ ପର୍ଯ୍ୟନ୍ତ ନାଟ ମଣ୍ଡପ ରେ ବାତାନୁକୁଳିତ (ଏ ସି) ବ୍ୟବସ୍ଥା ହୋଇପାରିନାହିଁ। ତେବେ ନାଟ ମଣ୍ଡପ ରେ ବାତାନୁକୁଳିତ ବ୍ୟବସ୍ଥା ନେଇ ଶ୍ରୀ ମନ୍ଦିର ପ୍ରଶାସନର ବିଜ୍ଞପ୍ତି ପ୍ରକାଶ ପାଇଛି। ନାଟ ମଣ୍ଡପ କୁ ବାତାନୁକୁଳିତ କରିବା ପାଇଁ ଏ ଏସ ଆଇ ଅନୁମତି ଦେଇ ସାରିଛି। ତେବେ ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଏବେ ବହୁତ୍ ଭକ୍ତ ଙ୍କ ଭିଡ ରହିଚି। ଏଣୁ ଆଗାମୀ ଦିନରେ ଖୁବ୍ କମ୍ ଏହି ବ୍ୟବସ୍ଥା ହେବା ନେଇ ଆଶା କରାଯାଉଛି। ନାଟ ମଣ୍ଡପ ରେ ବାତାନୁକୁଳିତ ବ୍ୟବସ୍ଥା ହେଲେ ଭକ୍ତ ମାନେ ପ୍ରବଳ ଗୁଳୁଗୁଳି ଗରମ ରୁ ରକ୍ଷା ପାଇବେ। କାରଣ ଖରାଦିନେ ନାଟ ମଣ୍ଡପ ରେ ପ୍ରବଳ ଗରମ ଯୋଗୁଁ ଅନେକ ଭକ୍ତ ବାନ୍ତି କରିବା ଠାରୁ ଆରମ୍ଭ ହେବ ଚେତାଶୂନ୍ୟ ହୋଇ ପଡ଼ନ୍ତି। ବାତାନୁକୁଳିତ ବ୍ୟବସ୍ଥା ହେଲେ ଏହି ସମସ୍ୟା ଦୂର ହୋଇ ପାରିବ।ଜଗନ୍ନାଥପ୍ରେମୀ ମନୋଜ କୁମାର ରଥ ନିଜ ପ୍ରତିକ୍ରିୟାରେ କୁହନ୍ତି, ଆମେ ଅନେକ ପ୍ରସିଦ୍ଧ ମନ୍ଦିର ରେ ଦେଖୁଚୁ ଭକ୍ତ ଙ୍କ ପାଇଁ ମନ୍ଦିର ଭିତରେ ଶିତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଆନୁଷଙ୍ଗିକ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ଏଣୁ ଶ୍ରୀ ମନ୍ଦିର ର ନାଟ ମଣ୍ଡପ ରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ହେଲେ ବହୁତ୍ ଭଲ ହେବ। ଆଗକୁ ଖରା ଦିନ ଆସୁଛି । ବୟସ୍କ ବ୍ୟକ୍ତି, ଅସୁସ୍ଥ ବ୍ୟକ୍ତି ମଧ୍ୟ ମନ୍ଦିର କୁ ଆସୁଛନ୍ତି। ଏଣୁ ନାଟ ମଣ୍ଡପ ରେ ଏସି ବ୍ୟବସ୍ଥା ହେଲେ ପ୍ରବଳ ଗରମ ଗୁଳୁଗୁଳି ରୁ ଭକ୍ତ ମାନେ ରାକ୍ଷା ପାଇବେ। ଏହା ସ୍ବାଗତ ଯୋଗ୍ୟ ନିଷ୍ପତ୍ତି। ଏହାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରାଯିବା ଦରକାର। ଗୁଣ୍ଡିଚା ମନ୍ଦିର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଛି। ଏହାକୁ ଶୀଘ୍ର ଶେଷ କରାଯାଉ। କାରଣ ଗତ ୨୦୨୦ ମସିହା ରୁ ଭକ୍ତ ଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଛି। ଭକ୍ତ ମାନେ ମହାପ୍ରଭୁ ଙ୍କ ଜନ୍ମସ୍ଥାନ ଦେଖିବାରେ ବଞ୍ଚିତ ହେଉଛନ୍ତି।ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ୍ ପୂଜାପଣ୍ଡା ସାମନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗକୁ ଖରା ଦିନ ଆସୁଛି। ଶ୍ରୀ ନାଟ ମଣ୍ଡପ ରେ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ। ଏଣୁ ଭକ୍ତ ମାନେ ଭଲ ର ମହାପ୍ରଭୁଙ୍କ ଦର୍ଶନ ପାଇଁ ନାଟ ମଣ୍ଡପ ରେ ଏସି ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। ଖରାଦିନେ ନାଟ ମଣ୍ଡପ ରେ ପ୍ରବଳ ଗରମ ଯୋଗୁଁ ଅନେକ ଭକ୍ତ ବାନ୍ତି କରିଦିଅନ୍ତି। ଅନେକ ମଧ୍ୟ ଚେତାଶୂନ୍ୟ ହୋଇପଡନ୍ତି। ଏଣୁ ନାଟ ମଣ୍ଡପ ରେ ଏସି ବ୍ୟବସ୍ଥା ହେଲେ ଭକ୍ତ ମାନଙ୍କ ର ଆଉ ଏଭଳି ଅସୁବିଧା ହେବନାହିଁ। ଏହା କୁ ଶୀଘ୍ର କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯାଉଛି। ସେପଟେ ଶ୍ରୀ ଗୁଣ୍ଡିଚା ମନ୍ଦିର ର ଉନ୍ନତି କରଣ କାର୍ଯ୍ଯ କରାଯାଉଛି। ଏହା ଦ୍ଵାରା ଭକ୍ତ ମାନେ ଏକ ଆଧ୍ୟାତ୍ମିକ ଅନୁଭୂତି ପାଇବେ। ଗୁଣ୍ଡିଚା ମନ୍ଦିର ଭିତରେ ମହାପ୍ରଭୁ ଙ୍କ ରୋଷଶାଳା, ଚନ୍ଦନ ଘର ସମେତ ବିଭିନ୍ନ ଜିନିଷ ଦେଖି ପାରିବେ। ଗୁଣ୍ଡିଚା ମନ୍ଦିର ର ଚାରିପାଖରେ ସୁନ୍ଦର୍ ଉଦ୍ୟାନ କରାଯାଇ ରାତିରେ ମନ୍ଦିର ପାଇଁ ଆଲୋକିକରଣ କରାଯିବ। ଆଗାମୀ ରଥ ଯାତ୍ରା ପୂର୍ବରୁ ସବୁ ଉନ୍ନତି ମୂଳକ କାର୍ଯ୍ୟ ଶେଷ ହେବ ବୋଲି ଆମର ଆଶା ରହିଛି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।