February 4, 2026
Home » ସଡ଼କ ସୁରକ୍ଷା ମାସ ନିମନ୍ତେ ସଚେତନତା ପଦଯାତ୍ରା ଅନୁଷ୍ଠିତ

ସଡ଼କ ସୁରକ୍ଷା ମାସ ନିମନ୍ତେ ସଚେତନତା ପଦଯାତ୍ରା ଅନୁଷ୍ଠିତ

0
WhatsApp Image 2026-01-09 at 8.06.57 PM

ରାୟଗଡ଼ ଜିଲ୍ଲାସ୍ଥରୀୟ ସଡ଼କ ସୁରକ୍ଷା ମାସ ସଚେତନତା ନିମନ୍ତେ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପ୍ରଦିକ୍ଷଣ ଗୃହ ଠାରୁ ବାହାରିଥିବା ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି, ଆଇ. ଏ. ଏସ, ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା ମମତା ସାହୁ,ଜିଲ୍ଲl ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିନୟ କୁମାର ପାଳ, ଏମଭି ଆଇ ପି.ଦୁର୍ଗା ପ୍ରସାଦ ରାଓ, ଜିଲ୍ଲାଶିକ୍ଷା ଅଧିକାରୀ, ରାମ ନାହାକ,ଅଧ୍ୟକ୍ଷା ରାୟଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ,ଟ୍ରାଫିକ ଇନଷ୍ପେକଟର ଯେ. ଭରlସଗଡ଼ିଆ, ରାସ୍ତା ନିରାପତ୍ତା କମିଟି ସଦସ୍ୟ ଶିବ ନାରାୟଣ ଗୌଡ଼, ଆଶିଷ ରଞ୍ଜନ ପଣ୍ଡା, ଚନ୍ଦ୍ରଭାନୁ ସିଂହ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ,ଏନସିସି ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ l ସ୍ଥାନୀୟ ପ୍ରଦିକ୍ଷଣ ଗୃହରୁ, ରାୟଗଡ ବ୍ଲକ ଛକ,ହୋଟେଲ କପିଳlଶ ଛକ ଦେଇ ସହର ପରିକ୍ରମା କରି ଇଣ୍ଡୋର ଷ୍ଟାଡିୟମ ଦେଇ ପୁଣି ପ୍ରଦିକ୍ଷଣ ଗୃହରେ ପହଞ୍ଚିଇଥିଲେ ଓ ସଚେତନତା ସ୍ଲୋଗାନ ଦେଇଥିଲେ l ବିଶେଷ କରି ବର୍ଷ ଆରମ୍ଭରୁ ଯେପରି ଜିଲ୍ଲାରେ ଦୁର୍ଘଟଣା ହ୍ରାସ ପାଇବ ସେଥିପାଇଁ ଜନସଚେତନା କରାଯାଇଥିଲା l ଗାଡ଼ି ଚଳାଇଲା ବେଳେ ହେଲମେଟ ବ୍ୟବହାର କରିବା, ଧର୍ଯ୍ୟ ସୀମା ଭିତରେ ଗାଡିର ଗତିରେ ଚଳାଇବା ଆଦି ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ l

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *