କଳାହାଣ୍ଡି ଉତ୍ସବ ଅଵସର ରେ ମହିଳା ଙ୍କ ବିଭିନ୍ନ ପ୍ରତିଯୋଗିତା
ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ଉପଲକ୍ଷେ ସରକାରୀ ବାଳିକା ବିଦ୍ୟାଳୟ ରେ ମହିଳା ମାନଙ୍କ ମଧ୍ୟରେ ହୁଳହୁଳି , ରଙ୍ଗୋଲି,ଝୋଟି ଓ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗୀତା ରଙ୍ଗୋଲି ରେ ସ୍ଵପ୍ନା ମେହେର ପ୍ରଥମ, ଝରଣା ନାଏକ ଦ୍ଵିତୀୟ ଓ ଖୁସବୁ ସୁନାନୀ ତୃତୀୟ, ମେହେନ୍ଦୀରେ ନେହାସ୍ମିତା ଗୋପାଳ ପ୍ରଥମ, ଯାଜ୍ଞସେନୀ ସୁନାନୀ ଦ୍ଵିତୀୟ ଓ ଗଙ୍ଗା ଠାକୁର ତୃତୀୟ, ଝୋଟିରେ ଭାରତୀ ଗଉଡ ପ୍ରଥମ, ଜଳି ରଣା ଦ୍ଵିତୀୟ ଓ ବବିତା ନାଏକ ତୃତୀୟ, ହୁଳହୁଳିରେ ସୁନିତା ମହାନ୍ତି ପ୍ରଥମ ରଞ୍ଜନୀ ଚାଲାନ ଦ୍ଵିତୀୟ ଏବଂ ପଙ୍କଜିନୀ ଅଧିକାରୀ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।

ଏହି ପ୍ରତିଯୋଗିତାରେ ବିଜ୍ଞାପିତ ପରିଷଦ ର ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, ସିଡ଼ିପିଓ ଧରିତ୍ରୀ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯକ୍ରମ ପ୍ରତିଯୋଗୀତା କମିଟି ର ଅଧକ୍ଷ ନିରଞ୍ଜନ ମୁଦୁଲି ଙ୍କ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଲିପିକା ବାଗ, ଦିନେଶ ପାତ୍ର, ସରୋଜ ପଣ୍ଡା,ରାଜେନ୍ଦ୍ର ଆଚାର୍ଯ୍ୟ,ମୁକେଶ ଛତ୍ରିଆ ଙ୍କ ସହିତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
