February 4, 2026
Home » ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ -୨୦୨୬ ପାଳିତ

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ -୨୦୨୬ ପାଳିତ

0
1000891235

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 512; cct_value: 4507; AI_Scene: (-1, -1); aec_lux: 273.9365; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 42;

ନୟାଗଡ :ନୟାଗଡ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ନୟାଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଉଦ୍ଘାଟନ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ ଖଣ୍ଡପଡ଼ା, ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ, ମଧୁମିତା ରଥ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ,ଅଧିକ୍ଷଣ ଯନ୍ତ୍ରୀ, ଜଳ ସେଚନ ବିଭାଗ ବୈକୁଣ୍ଠନାଥ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ ।   ଏହାପରେ ସମୁହ ଉତ୍କଳ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା ।ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ ବିଭାଗ ସ୍ୱାଗତ ଭାଷଣ ରଖିଥିଲେ ।

ଏହାପରେ ମାନ୍ୟବର ବାଚସ୍ପତି ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ ଜଳ ସଂରକ୍ଷଣ କରାଯିବା ସହ ଛୋଟ ଛୋଟ କେନାଲ ମାନଙ୍କୁ ମରାମତି କରାଯାଇ ପାରିଲେ ପାଣି ସମସ୍ୟା ଦୁରିଭୁତ ହୋଇ ପାରିବ । କୃଷି କ୍ଷେତ୍ରରେ ଜଳସେଚନ ର ପରିବର୍ତନ ଆଣିବା ପାଇଁ ଆହୁରି ସରକାର ଉପ-ଯୋଜନା ଯୋଡ଼ିଛନ୍ତି ସେଚାଞ୍ଚଳ ର ଉନ୍ନୟନ ଆଧୁନିକିକରଣ ମାଧ୍ୟମରେ । କମ୍ ପାଣିରେ ଅଧିକ ଅଞ୍ଚଳରେ ଜଳ ସେଚନ କରାଯିବା ପାଇଁ ବହୁ ପଦକ୍ଷେପ ନିଆଯାଉଛି । ସେହିପରି ଯୋଜନାର ସଫଳ ରୂପାୟନ ପାଇଁ ଅନ୍ୟ ଅତିଥି ମାନେ ଅଭିଭାଷଣ ରଖିଥିଲେ ।ଏଥିରେ ବହୁ ଵିଭିଗୀୟ ଅଧିକାରୀ, କୃଷକମାନେ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ପାଣି ପଞ୍ଚାୟତ ପକ୍ଷ ସଂକ୍ରାନ୍ତିୟ ପ୍ରତିଯୋଗିତା ରେ କୃତୀ ଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଚେତନତା ସ୍ଵରୁପ ଛୋଟ ଛୋଟ ନାଟକ, ସଙ୍ଗୀତ ପରିବେଷଣ କରାଯାଇଥିଲା ।ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ବୈଠକ ସାଙ୍ଗ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *