ପାଣିମୋରା ସ୍ଥିତ ମାସ ବାୟୋଫୁଏଲ କାରଖାନା ରେ ଅଗ୍ନିକାଣ୍ଡ
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଡ ଭୋଇଁରୋ ପଞ୍ଚାୟତ ର ପାଣିମୋରା ଗ୍ରାମ ସ୍ଥିତ ମାସ ବାୟୋଫୁଏଲ କାରଖାନା ରେ ଗତ ବିଳମ୍ୱିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘାଟିଯାଇଛି I ହେଲେ କୌଣସି ଜୀବନ କ୍ଷତିହୋଇ ନଥିବାର ସୂଚନା ମିଳିଛି I ରାତି ପ୍ରାୟ 12ଟା ରେ କୌଣସି କାରଣରୁ ମାସ ବାୟୋଫୁଏଲ କମ୍ପାନୀରେ ଲାଗିଥିବା ଡ୍ରାୟର ସେକ୍ସନରେ ନିଆଁ ଲାଗିଥିଲା l ଏ ସମ୍ପର୍କ ରେ ତରଭା ଅଗ୍ନିଶମ ବାହିନୀ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ I ତରଭା ଅଗ୍ନିଶମ ଅଧିକାରୀ ଅନିଲ ମିଶ୍ର ଓ ତାଙ୍କ ସହଯୋଗୀ କର୍ମଚାରୀ ମାନେ ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ କରି ନିଆଁ କୁ ଆୟତ୍ତ କରିଥିଲେ l

କମ୍ପାନୀରେ ଡ୍ରାୟର ମେସିନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ସୂଚନା ମିଳିଛି l ମାସ ବାୟୋଫୁଏଲ କମ୍ପାନୀରେ ନିଆଁ ଲାଗିବାରୁ ସମ୍ପୃକ୍ତ ଅଞ୍ଚଳ ରେ ଏକ ପ୍ରକାର ଭୟ ର ବାତାବରଣ ସୃଷ୍ଟି ହୋଇଥିଲା I କମ୍ପାନୀ ପରିସରରେ ରହିଥିବା କିଛି ଟ୍ରକକୁ ଅଗ୍ନିକାଣ୍ଡ ଘଟଣା ଜଣାପଡିବା ପରେ ଶୀଘ୍ର ବାହାରକୁ ଅଣାଯାଇଥିଲା l ଫଳରେ ଟ୍ରକ ଗୁଡିକ ଅଗ୍ନିକାଣ୍ଡ ରୁ ରକ୍ଷା ପାଇଯାଇଛି l କମ୍ପାନୀ ର କୌଣସି ବସ୍ତୁ ବିସ୍ପୋରଣ ହୋଇ ଧନ ଜୀବନ କ୍ଷତି ହେବା ଆଶା ରେ ପାଣିମୁ୍ରା ଗ୍ରାମ ର ନୁଆଁପଡାବାସୀ ଭୟଭୀତ ହୋଇ ଗାଁକୁ ଚାଲିଯାଇଥିବା ଜଣାଯାଇଛି I ଏଠାରେ ଦୀର୍ଘ ଦିନ ହେଲା କମ୍ପାନୀ ସ୍ଥାପନ ହେଲା ପରେ ମଧ୍ୟ କମ୍ପାନୀ ପକ୍ଷରୁ କମ୍ପାନୀ କୁ ଯିବା ପାଇଁ କୌଣସି ପ୍ରକାର ସ୍ଥାୟୀ ଭଲ ରାସ୍ତା ହୋଇପାରିନାହିଁ I ଫଳରେ ଅନେକ ସମୟରେ ଯାତାୟାତ ନେଇ ଅସୁବିଧା ଦେଖାଦେଇଛି I ଏଠାରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଆଖପାଖ ଅଞ୍ଚଳ ର ଜନସାଧାରଣ ଭୟଭୀତ ହୋଇପଡ଼ିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
