August 21, 2026
Home » ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ

ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ

0
WhatsApp Image 2026-01-23 at 1.26.39 PM (1)

ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଅବସରରେ ଜିଲ୍ଲାପ୍ରଶାସନ ନବରଙ୍ଗପୁର ଓ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ର ମିଳିତ ସହଯୋଗରେ ଆଜି ନବରଙ୍ଗପୁର ମିସନ ଶକ୍ତି ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦିବସର ଉଦେଶ୍ୟ ବିଷୟରେ ଆଲୋକପାତ କରି ସମାଜରେ ଝିଅ ମାନେ ସମ୍ମୁଖୀନ ହେଉଥିବା ନାନାଦି ସମସ୍ୟା ଓ ଅସମାନତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ୨୦୦୮ ମସିହାରୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଶିଶୁ କନ୍ୟା ଦିବସ ଆରମ୍ଭ କରାଯାଇଥିଲା ବୋଲି କହିଥିଲେ। ଗତ ୧୮ ରୁ ୨୪.୧.୨୦୨୬ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ବାଳିକାମାନଙ୍କ ମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପାଇଁ ଏକ ସୁସ୍ଥ ଏବଂ ନିରାପଦ ପରିବେଶ ସୃଷ୍ଟି ବିଷୟରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ନିଜର ବକ୍ତବ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଝିଅ ମାନଙ୍କ ପ୍ରଗତି ପାଇଁ ହେଉଥିବା ସମସ୍ତ ପ୍ରଚେଷ୍ଟାର ସଫଳ ରୂପାୟନ ସେତେବେଳେ ହେଇପାରିବ, ଯେତେବେଳେ ଆମେ ମାନସିକ ସ୍ତରରେ ଝିଅମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ପ୍ରସ୍ତୁତ ହେବା | ତାଙ୍କ ପାଇଁ ତାଙ୍କୁ ସୁହାଉଥିଲା ଭଳି ପରିବେଶ ଟିଏ ସୃଷ୍ଟି କରିବା ଏବଂ ସ୍ୱାଧୀନ ଭାବରେ ଚିନ୍ତା କରି ନିଜର ନିଷ୍ପତି ନିଜେ ନବାପାଇଁ ସେମାନଙ୍କୁ ସୁଯୋଗ ଦେବା | ଏହି ଦିଗରେ ଆମେ ସମସ୍ତେ ଆଜି ନିତ୍ୟାନ୍ତ ଭାବରେ ଚିନ୍ତନ କରିବାର ଆବଶ୍ୟକତା ରହିଛି | ଆଜିର ସମାଜ ପାଇଁ ପ୍ରଥମେ କ୍ଯାରିଅର ପରେ ବିଭାଘର ର କଥା ଉଭୟ ଅଭିଭାବକ ଓ ପିଲାମାନେ ବୁଝିବା ନିତାନ୍ତ ଦରକାର ବୋଲି କହିଥିଲେ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ ନାରୀ ମାନଙ୍କର ଶିକ୍ଷା ଓ ବାଲ୍ୟ ବିବାହକୁ ରୋକିବା , ଘରୋଇ ହିଂସା କୁ ରୋକିବାରେ ପାଇଁ ବ୍ୟାପକ ଜନ ସଚେତନତା ଓ ଆଇନ ଗତ ପଦକ୍ଷେପ ନେବାପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ୟୁନିସେଫ ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତ ଙ୍କ ସଂଯୋଜନାରେ ହୋଇଥିବା ଏହି ସମାବେଶରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ପୋଲିସ ଉପ ଅଧୀକ୍ଷକ ସରଜୋ ପୁନମ କିସ୍ପୋଟା , ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, ଲିଙ୍ଗ ସମ୍ବେଦନଶୀଳତା ବିଶେଷଜ୍ଞ ମମତା ପରିଚ୍ଛା ,ନବରଙ୍ଗପୁର ମହା ବିଦ୍ୟାଳୟ ଅଧ୍ୟାପିକା ସଂଗୀତା ତ୍ରିପାଠୀ ,ସମାଜ ସେବୀ ମନୋରମା ମାଝି, ଶିଶୁ ମଙ୍ଗଳ କମିଟିର ଅଧକ୍ଷ୍ୟ ଅଜନ୍ତା ପ୍ରିୟଦର୍ଶିନୀ, ସିଡିପିଓ ସସ୍ମିତା ମହାନ୍ତି , ବିରଜାରଜା ମୋହିନୀ ପାଙ୍ଗି , ବିନୀତା ଜେଠି, ଅନୁଷ୍ଠାନ ଯତ୍ନ ଅଧିକାରୀ କୁନିମଣୀ ସ୍ଵାଇଁ ,କାଉନସେଲର ଶର୍ମିଷ୍ଟା ଦେଓ, ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ , ଆଇନଜୀବି କିଶୋରୀ ପଟ୍ଟନାୟକ, ମହିଳା ସଶକ୍ତି କରଣ ହବ ର ସଂଯୋଜିକା ସରିତା ରାଣୀ ପାଣି, ଆର୍ଥିକ ସାକ୍ଷରତା ବିଶେଷଜ୍ଞ ସସ୍ମିତା ପାତ୍ର , ଲିଙ୍ଗ ସମ୍ବେଦନଶୀଳତା ବିଶେଷଜ୍ଞ ପ୍ରୀତି କୁମାରୀ ବାଘ ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥବା ୬ ଜଣ କିଶୋରୀ ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ଅତିରିକ୍ତ ଜିଲ୍ଲାପାଳ ସମ୍ମାନିତ କରିଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed