ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସହର ର ବିଭିନ୍ନ ଅଞ୍ଚଳ କୁ ଅଚାନକ ଗସ୍ତ : ଜବର ଦଖଲ କାରୀ ଛାନିଆଁ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହର ର ବସଷ୍ଟାଣ୍ଡ , ପଞ୍ଚରଥ ମନ୍ଦିର ଠୁଁ ମଝି ପଡ଼ା ମେଡିକାଲ୍ ଛକ, ସଂସ୍କୃତ ସ୍କୁଲ୍, ଟ୍ରଷ୍ଟ ଫଣ୍ଡ ଅଫିସ୍ , ହାତୀ ଶାଳ, ରାମଜୀ ନଗର ଠୁଁ ଆରମ୍ଭ କରି ବିଭିନ୍ନ ଅଞ୍ଚଳ କୁ ଅଚାନକ ପରିଦର୍ଶନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ l ବସଷ୍ଟାଣ୍ଡ ର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଠାରେ ଥିବା ବିଭିନ୍ନ ସମସ୍ୟା ର ସମାଧାନ ଓ ବୁଝାମଣା କରିଥିବା ବେଳେ ଜାଗା ଖାଲି କରିବାକୁ ନିର୍ଦ୍ଧାରିତ ସମୟ ୨ ଦିନ ବଦଳ ରେ ୭ ଦିନ ଯାଏଁ ବଢାଇ ଥିବା କହିଥିଲେ l ପରେ ପରେ ବିଜୁ ପଟ୍ଟନାୟକ ଛକ ଠାରୁ ମଝିପଡ଼ା ହନୁମାନ ମନ୍ଦିର ଛକ ଯାଏ ଟ୍ରଷ୍ଟ ଫଣ୍ଡ ଅଫିସ୍ ଯାଏ ବୁଲି ଅନେକ ଜବର ଦଖଲ ଜାଗା କୁ ତଦାରଖ କରିଛନ୍ତି l ପରେ ଟ୍ରଷ୍ଟ ଫଣ୍ଡ ଅଫିସ୍ କାର୍ଯ୍ୟାଳୟ ର ଇତିହାସ କଥା ବୁଝି ଆଶ୍ଚର୍ଯ୍ୟ ହେବା ସହ ଜିଲ୍ଲା ରେ ଏକ ମାତ୍ର ସଂସ୍କୃତ ବିଦ୍ୟାଳୟ ବନ୍ଦ ପଡି ରହିଥିବା ଓ ଏ ସ୍କୁଲ ର ଭିତ୍ତିଭୂମି ପରିଦର୍ଶନ କରି ଶିକ୍ଷକ ଦରମା ନେଇ ବସି ଛନ୍ତି ମାତ୍ର ଛାତ୍ର ଛାତ୍ରୀ ନାହିଁ l ସହର ରେ ପୌର ପରିଷଦ ର ଏକ ମାତ୍ର ଶୀତ କାଳୀନ ରାତ୍ରୀ ଆଶ୍ରୟ ସ୍ଥଳ ବା ବସ୍ତିହରା ଲୋକ ଙ୍କ ଆଶ୍ରୟ ସ୍ଥଳ କୁ ପରିଦର୍ଶନ କରି କୌଣସି ବ୍ୟବହାର ରେ ନ ଆସି ଏ ଜାଗା ଖାଲି ପଡ଼ିଥିବା ଦେଖି କ୍ଷୋଭ ପ୍ରକାଶ କରିଥିଲେ ଏବଂ ଦୀର୍ଘ ବର୍ଷ ରୁ ଏ ସମସ୍ତ ଜାଗା ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ ରହିଥିବା ଓ କୌଣସି ପ୍ରଶାସକ ବୁଦ୍ଧିଜୀବି ସଚେତନ ନାଗରିକ ଙ୍କ କାହାରି ବି ନଜର ରେ ନ ଆସିବା ବିଷୟ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ l ପରେ ପରେ ହାତୀ ଶାଳ ଅସ୍ଥାୟୀ ବସଷ୍ଟାଣ୍ଡ କୁ ପରିଦର୍ଶନ ରେ ଯାଇ ସେଠାରେ ଥିବା ଜବର୍ ଦଖଲ ଜାଗା ଚିହ୍ନଟ କରି ଶୀଘ୍ର ଖାଲି କରିବାକୁ ରାଜସ୍ବ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ l ଡିସ୍ ମିସ ହେବା ପରେ ଟ୍ରଷ୍ଟ ଫଣ୍ଡ ଅଫିସ୍ ରେ ଆଜି ସୁଦ୍ଧା କର୍ମଚାରୀ ମାନେ ସରକାରୀ କ୍ୱାଟର ମାଡି ବସି ରାଜ ଭୋଗ କରୁଥିବା ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଆଜି ପୁଣି ରାମଜୀ ନଗର ଅଞ୍ଚଳ ବୁଲି ଏ ଅଞ୍ଚଳ ର ରାସ୍ତା ର ଦୂରାବସ୍ଥା ଦେଖି ବିରକ୍ତି ପ୍ରକାଶ କରିଥିଲେ l ତୁରନ୍ତ ରାସ୍ତା ନିର୍ମାଣ ଓ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିବା ନୂତନ କଲ୍ୟାଣ ମଣ୍ଡପ କୁ କାର୍ଯ୍ଯକ୍ଷମ କରିବା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ସ୍ପଟ୍ ରୁ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାପାଳ ଙ୍କ ଏ ଗସ୍ତ ସମୟରେ ସ୍ଥାନୀୟ ବୁଦ୍ଧିଜୀବି ଗୋବିନ୍ଦ ମହାରଣା ଙ୍କ ସମେତ ଅନେକ ସଚେତନ ନାଗରିକ ଉପସ୍ଥିତ ଥିଲେ l ଜିଲ୍ଲାପାଳ ଙ୍କ ଏ ଦୁଇ ଦିନିଆ ତୁଫାନୀ ଗସ୍ତ ରେ ରାମଜୀ ନଗର ବାସୀ ଓ ଅସ୍ଥାୟୀ ବସଷ୍ଟାଣ୍ଡ ର ବ୍ୟବସାୟୀ ଓ ବସ ମାଲିକ ସଂଘ ଖୁସି ଓ ଜିଲ୍ଲା ପ୍ରଶାସନ କୁ ପ୍ରଶଂସା କରି ଥିବା ବେଳେ ସହର ର କିଛି ଅଞ୍ଚଳ ର ଜବର ଦଖଲ କାରୀ ଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
