ଚାଚେରୀ ଭୋଗ ଖାଇଲେ ଶ୍ରୀଶ୍ରୀରାଧାକୃଷ୍ଣ ଓ ଦୋଳଗୋବିନ୍ଦ
ଚଳିତବର୍ଷ ମହାନ ପର୍ବ ଦୋଳଉତ୍ସବ ଅବସରରେ ତା ୨୭.୦୨.୨୦୨୬ରିଖ ସଂଧ୍ୟା ସମୟରେ ଶ୍ରୀ ଶ୍ରୀରାଧାକୃଷ୍ଣ ଓ ଦୋଳଗୋବିନ୍ଦ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ଦୋଳ ବିମାନରେ ବିଜେକରି ମହା ଆଡ଼ମ୍ବର ରେ ପ୍ରଭୁ ଶ୍ରୀ ଭୀମେଶ୍ଵରଙ୍କ ମନ୍ଦିର ପ୍ରାଙ୍ଗଣ ରୁ ବାହାରି ଶ୍ରଦ୍ଧାଳୁ ମାନଙ୍କ ଦୁଆରୁଚାଚେରୀ ଭୋଗ ଖାଇ, ମହତାବ ରୋଡ ସ୍ଥିତ ମହାବୀର କଟେଜରେ ପହଞ୍ଚିଥିଲେ।କଟେଜ ତରଫ ରୁ ଦେବାଦେବୀ ମାନଙ୍କୁ ବାଣ, ବାଜା, ଘଣ୍ଟ, ଘଣ୍ଟା, ହୁଳହୁଳି ଓ ହରିବୋଲ ଧ୍ବନୀଦ୍ୱାରା ଭବ୍ୟ ସ୍ଵାଗତ କରାଯାଇ ଚାଚେରୀଭୋଗ ଅର୍ପଣକରାଯାଇ ଥିଲା।ପରିଶେଷ ରେ ବିଗ୍ରହମାନେ ଆନନ୍ଦ ଉଲ୍ଲାସ ପରିବେଶରେ ବିଦାୟ ନେଇ ଥିଲେ।

ଏସବୁ କାର୍ଯ୍ୟକ୍ରମରେ କଟେଜ ସୋସାଇଟି ସଭାପତି ଅମୂଲ୍ୟ କୁମାର ମହାନ୍ତି, ସଂପାଦକ ଅରୁଣ କୁମାର ମହାପାତ୍ର, ବସନ୍ତକୁମାର ନାୟକ, ଅଂଶୁମାନ ତ୍ରିପାଠୀ, ଜୁଲି, ଚିନୁ, ସଂଧ୍ୟା, ଲିଜା, ମାଣିକ, ପ୍ରଜ୍ଞା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ମାନସରଞ୍ଜନ ପଟ୍ଟନାୟକ, ସଂପାଦକ ପଦ୍ମନାଭ ଷଢଙ୍ଗୀ, କାର୍ଯ୍ୟକାରୀ ସଭାପତି ଗଣେଶ କୁମାର ପ୍ରଧାନ, କୋଷାଧ୍ଯକ୍ଷ ଶଙ୍କର ସାହୁ ଓ ବିଷ୍ଣୁ ଚରଣ ପ୍ରଧାନ, ଶଙ୍କର ମହାପାତ୍ର କର୍ମକର୍ତ୍ତାମାନଙ୍କ ତତ୍ୱାବଧାନରେ ଶ୍ରୀଶ୍ରୀଠାକୁର ମାନଙ୍କ ନୀତିକାନ୍ତି ଏବଂ ସମସ୍ତ କାର୍ଯ୍ୟକ୍ରମ ସଂପାଦନା କରାଯାଇଥିଲା।
