March 1, 2026
Home » ଅଧ୍ୟାପକଙ୍କ ଅବସର କାଳୀନ ସଭା

ଅଧ୍ୟାପକଙ୍କ ଅବସର କାଳୀନ ସଭା

0
WhatsApp Image 2026-03-01 at 2.48.02 PM (1)

ଧର୍ମଗଡ଼:କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାସ୍ଥିତ ସର୍ବମଙ୍ଗଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାଣିଜ୍ଯ ବିଭାଗ ମୁଖ୍ଯ ଅଧ୍ୟାପକ ଶ୍ରୀ ସନ୍ଦିପ କୁମାର କାନୁନଗୋ ଦୀର୍ଘ ତିନି ଦଶନ୍ଧି ଧରି ତାଙ୍କ ଅଧ୍ୟାପନାର ସମୟ ଅତ୍ଯନ୍ତ ନିଷ୍ଠାପର ଭାବେ ଅତିବାହିତ କରି ଗତ କାଲି ଫେବୃଆରୀ ଅଠେଇଶ ତାରିଖରେ ଅବସର ନେଇଛନ୍ତି। ଶ୍ରୀଯୁକ୍ତ କାନୁନଗୋ ସମସ୍ତ ସହକର୍ମୀଙ୍କ ସଂଗେ ମେଳାପି ଓ ଖୁସି ମିଜାଜର ମଣିଷ ହିସାବରେ ତାଙ୍କର ଅନୁପସ୍ଥିତିରେ ଅନୁଭବ ହେବ ବୋଲି ସହୃଦୟତାର ସହିତ ସମସ୍ତେ ପ୍ରକାଶ କରିଥିଲେ। ଅଧ୍ଯକ୍ଷ ସରୋଜକାନ୍ତ ରଥ ତାଙ୍କର କାର୍ଯ୍ଯଦକ୍ଷତା, ନିଷ୍ଠାପର ସହଯୋଗିତା ସହିତ ସମୟାନୁବର୍ତ୍ତୀ ଗୁଣକୁ ପ୍ରଶଂସା କରିଥିଲେ।

 

ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ସମସ୍ତ ଶିକ୍ଷକ-ଅଣଶିକ୍ଷକ କର୍ମଚାରୀଙ୍କ ଗହଣରେ ତାଙ୍କର ଔପଚାରିକ ସମ୍ବର୍ଦ୍ଧନା ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନରେ ଅଧ୍ଯକ୍ଷଙ୍କ ଦ୍ବାରା ସଂପନ୍ନ ହୋଇଥିଲା। ଚଳିତ ମାର୍ଚ୍ଚ ମାସ ଆରମ୍ଭରେ ସିନା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଦୈନନ୍ଦିନ ଶୈକ୍ଷିକ ବାତାବରଣ ମୁଖରିତ ହେଉଥିବ , କିନ୍ତୁ କାନୁନଗୋ ସାରଙ୍କ ଛୋଟ-ଛୋଟ ହସର ପସରା ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଗୁଞ୍ଜରଣ ହେଉନଥିବ ବୋଲି ସମସ୍ତଙ୍କ ବାର୍ତ୍ତା ଥିଲା। ସମସ୍ତଙ୍କ ଘର ବାହୁଡ଼ାର ବେଳ ପରି ତାଙ୍କର ମଧ୍ଯ ନିଗିଡ଼ି ପଡ଼ୁଥିବା ଭାବବିହ୍ବଳ ଅନ୍ୟମନସ୍କର ଲୁହ ବୁଝେଇଦେଉଥିଲା ଅବସର ମୁହୂର୍ତ୍ତର ମର୍ମ କଥା ଓ ବ୍ଯଥା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *