March 2, 2026
Home » ଅଧ୍ୟାପକ ଦମ୍ପତ୍ତି ପାଇଲେ କୈବଲ୍ୟ ସାହିତ୍ୟ ସଂସଦ ଓଡ଼ିଶା ତରଫରୁ ଗୋପବନ୍ଧୁ ଶିକ୍ଷା ସମ୍ମାନ

ଅଧ୍ୟାପକ ଦମ୍ପତ୍ତି ପାଇଲେ କୈବଲ୍ୟ ସାହିତ୍ୟ ସଂସଦ ଓଡ଼ିଶା ତରଫରୁ ଗୋପବନ୍ଧୁ ଶିକ୍ଷା ସମ୍ମାନ

0
WhatsApp Image 2026-03-02 at 12.19.48 PM

 

ସୁବର୍ଣ୍ଣପୁର: କୈବଲ୍ୟ ସାହିତ୍ୟ ସଂସଦ ଓଡିଶା ଆନୁକୁଲ୍ୟରେ ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ -୨୦୨୬ କଟକ ସ୍ଥିତ ସାରଳା ଭବନ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । କଟକ ମେୟର ସୁବାସ ସିଂ ଉକ୍ତ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ । ଓଡ଼ିଶାର ବିଜ୍ଞ ଓ ଅଭିଜ୍ଞ ଶିକ୍ଷାବିତ୍ ଙ୍କ ଉପସ୍ଥିତିରେ ଆଲୋଚନା ଚକ୍ରଟି ଚାରୋଟି ସଂପାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ବିଶିଷ୍ଟ ଶିକ୍ଷାବିତ୍ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ର ଅଧ୍ୟାପକ ଦମ୍ପତ୍ତି ଅଧ୍ୟାପକ ସୁବ୍ରତ କୁମାର ପଣ୍ଡା ଓ ଅଧ୍ୟାପିକା ସନ୍ତୋଷିନୀ ନାୟକ ଙ୍କୁ “ଗୋପବନ୍ଧୁ ଶିକ୍ଷା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଉଭୟ ଦମ୍ପତ୍ତି ଓଡିଆ ଭାଷାକୁ ଭଲ ପାଇବା ସହିତ ନିଜ ଲେଖନୀ ମାଧ୍ୟମରେ ସମାଜରେ ସାହିତ୍ୟର ମଞ୍ଜି ବୁଣିବାକୁ ସଦା ଚେଷ୍ଟିତ ଥାଆନ୍ତି | ଏହି ସୁଖଦ ଖବର ପାଇ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ମାନେ ଉଭୟ ଦମ୍ପତ୍ତି ଙ୍କୁ ଶୁଭେଛା ଜଣାଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *