March 5, 2026
Home » ଫଗୁ ଦଶମୀରେ ଜୟ ତ୍ରୀମାତାଙ୍କର ଆବିର୍ଭାବ ପୂଜା

ଫଗୁ ଦଶମୀରେ ଜୟ ତ୍ରୀମାତାଙ୍କର ଆବିର୍ଭାବ ପୂଜା

0
WhatsApp Image 2026-03-02 at 4.31.38 PM (1)

ତ୍ରିମାତାଙ୍କର ପୁରାଣ ଅନୁଯାୟୀ ଏକାମ୍ର କାନନର ଶ୍ୱେତ-ପୁଷ୍କରିଣୀରେ ତ୍ରୀମାତା ଗୁପ୍ତ ଭାବରେ ବାସ କରୁଥିଲେ। ଶ୍ୱେତ ପୁଷ୍ପରିଣୀରେ ଶ୍ୱେତ ପଦ୍ମରେ ଗୁପ୍ତରେ ରହି ବର୍ତ୍ତମାନ ଆବିର୍ଭାବ ହେଲେ। ଏହା ବର୍ତମାନ ଭୁବନେଶ୍ୱର ସ୍ଥିତ ଆଚାର୍ଯ୍ୟ ବିହାର ନାମରେ ପରିଚିତ। ଏଠାରେ ଦୀର୍ଘ ୧୫ ବର୍ଷ ହେବ ପବିତ୍ର ପାବନ ଫଗୁଦଶମୀ ଦିନ ତାଙ୍କର ଆବିର୍ଭାବ ପୂଜା ଅନୁଷ୍ଠିତ ହୋଇଛି। ଏବର୍ଷ ତାଙ୍କର ଗୁରୁବାର ସୁଦଶାବ୍ରତ ଗୁରୁବାର ଦ୍ୱିତୀୟ ଥର ପଡିଥିବାରୁ ମା ମହାଲକ୍ଷ୍ମୀଙ୍କର ସୁଦଶାବ୍ରତ ସମେତ ତ୍ରିମାତାଙ୍କର ପୂଜା ଅନୁଷ୍ଠିତ ହୋଇଛି।

ପ୍ରାତଃ କାଳୀନ ପୂଜା, ମଧ୍ୟାହ୍ନରେ ଗାୟତ୍ରୀ ମାତାଙ୍କର ଯଜ୍ଞ, ସନ୍ଧ୍ୟାରେ ଦୀପ ଯଜ୍ଞ ଅନୁଷ୍ଠିତ ହୋଇଛି। ଗାୟତ୍ରୀ ପରିବାରର ଶାନ୍ତନୁ ଭାଇଙ୍କ ଦ୍ୱାରା ହବନ କାର୍ଯ୍ୟ ଅନୁଷ୍ଠିତ ହେବା ସହିତ ଗାୟତ୍ରୀ ମାତାଙ୍କ ବିଷୟରେ ହେବା ସହିତ ସତ୍‌ସଙ୍ଗ ମାଧ୍ୟମରେ ତ୍ରିମାତାଙ୍କର ମଧ୍ୟ ସମ୍ୟକ ଆଲୋଚନା ହୋଇଛି। ଏଠାରେ ଭକ୍ତମାନଙ୍କର ଅଧିକ ସମାବେଶ ହୋଇଥିଲା। ସମସ୍ତେ ବୁଝିବା ଭଳି ତ୍ରିମାତାଙ୍କର ମହାତ୍ମ୍ୟ ବିଷୟରେ ଆଲୋଚନା ହୋଇଥିଲା ଏବଂ ସାଂୟକାଳୀନ ୧୦୮ ଦୀପ ପ୍ରଦାନ କରି ଦୀପଯଜ୍ଞର ଅନୁଷ୍ଠିତ ହୋଇଛି। ଉକ୍ତ ଦିନ ଠାରୁ ଫଗୁ ଦଶମୀ ଅବିରରେ ହୋଲି ଖେଳ ଆରମ୍ଭ ହୋଇଛି। ଏହା ସହିତ ନାମ ଜପ, ଧ୍ୟାନ କରିବା ପରେ ଶାନ୍ତି ପାଠ ସହିତ କାର୍ଯ୍ୟସାରି ପ୍ରସାଦ ସେବନ ସମାପନ କରାଯାଇଛି।

Leave a Reply

Your email address will not be published. Required fields are marked *