ବିଦ୍ୟୁତ ସଂସ୍ପର୍ଶରେ ଆସି କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ
କ୍ଷତିପୂରଣ ଦାବି ନେଇ ଶବ ରଖି ରାସ୍ତା ଅବରୋଧ….
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ନିର୍ମାଣଧୀନ ସରକାରୀ ଶିଳ୍ପ ତାଲିମକେନ୍ଦ୍ରରେ କାର୍ଯ୍ୟରତ ସମୟରେ ଲିଫ୍ଟର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ଧର୍ମଗଡ଼ ବ୍ଲକ ବଡ଼ ଘୁମର ଗ୍ରାମର ରାଜେନ୍ଦ୍ର ଗୋପାଳ। ଶ୍ରମିକ ଓ ପରିବାର ଲୋକ ଙ୍କ କହିବା ଅନୁସାରେ କାର୍ଯ୍ୟରତ ଶ୍ରମିକ ମାନଙ୍କପାଇଁ କାର୍ଯ୍ୟ ସମୟ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ଠିକା ସଂସ୍ଥା ପକ୍ଷରୁ ଦିଆ ଯାଇନାହିଁ ।ଫଳରେ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି ଏନେଇ କ୍ଷତି ପୂରଣ ଦାବିରେ ଶ୍ରମିକ ଓ ଗାଁ ଲୋକେ ରାସ୍ତା ରେ ଶବ ରଖି ଧର୍ମଗଡ଼ ଭବାନୀପାଟଣା ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଫଳରେ ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିଥିଲା। ଘଟଣା ସ୍ଥଳରେ ଧର୍ମଗଡ଼ ଉପଜିଲ୍ଲାପାଳ ଓ ଉପଖଣ୍ଡ ପୁଲିସ ଅଧିକାରୀ ଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ ପୁଲିସ ଉପସ୍ଥିତ ରହି ଆନ୍ଦୋଳନ କାରୀ ମାନଙ୍କୁ ବୁଝା ସୁଝା କରିଥିଲେ।ଓ କ୍ଷତି ପୂରଣ ବାବଦ କୁ ,ଠିକା ସଂସ୍ଥା ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
