March 28, 2026
Home » ଆଠଗଡ଼ରେ ଧୁମ ଧାମରେ ରାମନବମୀ ପାଳିତ

ଆଠଗଡ଼ରେ ଧୁମ ଧାମରେ ରାମନବମୀ ପାଳିତ

0
WhatsApp Image 2026-03-28 at 5.43.37 PM

ଆଠଗଡ଼,: ଆଠଗଡ଼ ଗଡଜାତର ଅନ୍ୟତମ ଗଣପର୍ବ ଶ୍ରୀରାମ ନବମୀ ବେଶ୍ ନିଷ୍ଠା ଏବଂ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି।ଆଠଗଡ଼ ସହରର ଶ୍ରୀରଘୁନାଥ ମନ୍ଦିରରେ ଆଠଗଡ଼ ଦେବୋତ୍ତର ସୁପର ଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ତତ୍ତ୍ୱାବଧାନରେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଶ୍ରୀରାମଙ୍କ ଜନ୍ମ ପୂଜାବିଧି ସମ୍ପନ୍ନ କରିଥିଲେ।ଶ୍ରୀରାମ ନବମୀଠାରୁ ଆଠଗଡ଼ ସହର ସମେତ ଅନେକ ଗ୍ରାମରେ ରାମଲୀଳା ଅନୁଷ୍ଠିତ ହେବ।ବିଭିନ୍ନ ଗ୍ରାମରେ ମଧ୍ୟ ରାମଲୀଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଶ୍ରୀରଘୁନାଥ ଜିୟୁ ରାମଲୀଳା ନାଟ୍ୟ ସଂଘ ପକ୍ଷରୁ ଶ୍ରୀରାମ ଜନ୍ମ ନାଟକ ଅନୁଷ୍ଠିତ ହୋଇଯାଇଛି।ଏହି ରାମଲୀଳାରେ ଜଡ଼ିତ ବ୍ରତ ଧାରୀ ଶ୍ରଦ୍ଧାଳୁ ମାନେ ସ୍ଥାନୀୟ ଭାଗିରଥୀ ସାଗର ନିକଟରେ ପୂଜାର୍ଚ୍ଚନା ପରେ ଜଳକଳସ ଧାରଣ କରି ଶୋଭାଯାତ୍ରାରେ ବାହାରି ମନ୍ଦିର ନିକଟରେ ପଞ୍ଚିଥିଲେ।ରଘୁନାଥ ଜୀୟୁ ରାମଲୀଳା ନାଟ୍ୟ ସଂଘ ପକ୍ଷରୁ ୧୫ଦିନ ଧରି ରାମଲୀଳା ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ପ୍ରଭାକର ପଟ୍ଟନାୟକ ଓ ସଂପାଦକ ପ୍ରତାପ ବେହେରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *