March 29, 2026
Home » ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥଣ୍ଡା ପାନୀୟ ପାଇଁ “ୱାଟର ପିୟୁରି ଫାୟାର ଯନ୍ତ୍ର”ଲୋକାର୍ପିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥଣ୍ଡା ପାନୀୟ ପାଇଁ “ୱାଟର ପିୟୁରି ଫାୟାର ଯନ୍ତ୍ର”ଲୋକାର୍ପିତ

0
1001006461 (1)
ନୟାଗଡ଼ :ନୟାଗଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥଣ୍ଡାପାନୀୟ ( ୱାଟର ପ୍ୟୁରି ଫାୟାର ) ଯନ୍ତ୍ର ଜିଲ୍ଲାପାଳ ମଧୁମିତା ରଥଙ୍କ କର କମଳରେ ଉଦଘାଟିତ ହୋଇ ଲୋକାର୍ପିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥ‌ିବା ଜନସାଧାରଣ ଓ କର୍ମଚାରୀମାନେ ଖରାଦିନରେ ଥଣ୍ଡା ପାନୀୟ ଜଳ ପାଇବାରେ ସୁବିଧା ପାଇପାରିଛି ।
ଭାରତୀୟ ଷ୍ଟେଟବ୍ୟାଙ୍କ ନୟାଗଡ଼ ଶାଖା ତରଫରୁ ଏହି ୱାଟର ପ୍ୟୁରୀ ଫାୟାର ପାନୀୟ ଜଳ ଯନ୍ତ୍ର ଜିଲାପାଳଙ୍କ କାର୍ଯ୍ୟାଳୟରେ ଲଗାଯାଇଥିବାରୁ ଜିଲ୍ଲାପାଳ ଷ୍ଟେଟ ବ୍ୟାଙ୍କ ନୟାଗଡଙ୍କୁ ଧନ୍ୟବାଦ ଦେଇଛନ୍ତି । ଇତ୍ୟବସରରେ ବ୍ୟାଙ୍କ ପକ୍ଷରୁ ୧୦ଜଣ ମହିଳା ଉଦ୍ୟୋଗୀଙ୍କୁ ସ୍ବାବଲମ୍ବୀ ହେବାପାଇଁ ସିଲେଇ ମେସିନ ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସମେତ ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ନାୟକ, ଆଞ୍ଚଳିକ ପ୍ରବନ୍ଧକ ଭଗତ ବେହେରା, ଲିଡ୍ ବ୍ୟାଙ୍କ ପରିଚାଳକ ଲୋହିତ ନନ୍ଦ ଉପସ୍ଥିତଥିଲେ। ନୟାଗଡ଼ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ପରିଚାଳକ ପ୍ରକାଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *