March 31, 2026
Home » ଶିକ୍ଷକ ନବ କିଶୋର ଦୀପ ପାଇଲେ ରାଜ୍ୟ ସ୍ତରୀୟ ନେସନ ବିଲଡର ଆୱାର୍ଡ l

ଶିକ୍ଷକ ନବ କିଶୋର ଦୀପ ପାଇଲେ ରାଜ୍ୟ ସ୍ତରୀୟ ନେସନ ବିଲଡର ଆୱାର୍ଡ l

0
WhatsApp Image 2026-03-31 at 1.25.21 PM

ସୁବର୍ଣ୍ଣପୁର —ଭୁବନେଶ୍ୱରର ଜୟଦେବ ଭବନଠାରେ କଳିଙ୍ଗ ଗୌରବ ଫାଉଣ୍ଡେସନ ଓ ରୋଟାରୀ କ୍ଳବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସାଧୁ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ନବ କିଶୋର ଦୀପଙ୍କୁ ରାଜ୍ୟ ସ୍ତରୀୟ “ନେସନ ବିଲଡର ଆୱାର୍ଡ” ପ୍ରଦାନ କରାଯାଇଛି।
ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ, ସମାଜ ପ୍ରତି ତ୍ୟାଗ ଓ ସମର୍ପଣ ଭାବ ଏବଂ ଶିକ୍ଷାର୍ଥୀଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ମନେରଖି ଏହି ସମ୍ମାନ ଦିଆଯାଇଛି। ଏହା ସହିତ ଭବିଷ୍ୟତରେ ଏକ ସୁନ୍ଦର ଓ ସୁସଂଗଠିତ ରାଷ୍ଟ୍ର ଗଠନରେ ତାଙ୍କ ଅବଦାନକୁ ମଧ୍ୟ ସ୍ୱୀକୃତି ମିଳିଛି ଏବଂ ବୌଦ୍ଧ ଜିଲ୍ଲା ପାଇଁ ସେ ଗୌରବ ଆଣିପାରିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀୟାନ ମନୋଜ ତ୍ରିପାଠୀ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଡ଼ା. ଚିଦାତ୍ମିକା ଖଟୁଆ, ଜିଲ୍ଲା ପ୍ରେସିଡେଣ୍ଟ ଏବଂ କ୍ଳବ ସମ୍ପାଦିକା ସୁନିତା ତ୍ରିପାଠୀ ଓ ମେଜର ଡ଼ା. କଳ୍ପନା ଦାସ ମଞ୍ଚରେ ଉପସ୍ଥିତ ଥିଲେ। ସେମାନେ ଶ୍ରୀ ଦୀପଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।
ଉଲ୍ଲେଖ୍ୟ ଯେ, ସାରା ରାଜ୍ୟରୁ ମୋଟ ୩୧ ଜଣ ଶିକ୍ଷକ ଏହି ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହୋଇ ସମ୍ମାନିତ ହୋଇଛନ୍ତି।ଏହି ସମାରୋହ ଶିକ୍ଷକମାନଙ୍କର ଅବଦାନକୁ ସମ୍ମାନ ଦେବା ସହ ଶିକ୍ଷା କ୍ଷେତ୍ରରେ ଅଧିକ ସମର୍ପଣ ସୃଷ୍ଟି କରିବାରେ ପ୍ରେରଣା ଯୋଗାଇଛି। ତାଙ୍କର ଏହି ସଫଳତା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀ, ଅଧିକାରୀ ତଥା ବନ୍ଧୁ ପରିଜନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *