ପାରାଦୀପ ର ଯୁବ ସାମ୍ବାଦିକ ରଶ୍ମିରଞ୍ଜନ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ପାରାଦୀପ,: ସଡକ ଦୁର୍ଘଟଣାରେ ଯୁବ ସାମ୍ବାଦିକ ତଥା ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜ୍ ଚାନେଲ୍ ର ପାରାଦୀପ ପ୍ରତିନିଧି ରଶ୍ମି ରଞ୍ଜନ ରାଉତରାୟ (ବାପି 45 ବର୍ଷ )ପ୍ରାଣ ହରାଇଥିଲେ । ସ୍ବର୍ଗତ ବାପି ଗତ ୨୩ ତାରିଖ ସନ୍ଧ୍ୟା ରେ ପାରାଦୀପ ପୋର୍ଟ ହାଇସ୍କୁଲ ନିକଟ ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ବନ୍ଦର ଚିକିତ୍ସାଳୟରେ ଆଶୁ ଚିକିତ୍ସା ପରେ ଏକ ଘରୋଇ ହସ୍ପିଟାଲ କୁ ଯାଇଥିଲେ ସେଠୁ କଟକ ସ୍ଥାନାନ୍ତରିତ ହୋଇ ଯାଉଥିବାବେଳେ ବାଟରେ ମୃତ୍ଯୁବରଣ କରିଥିଲେ | ବାପିଙ୍କ ଅକାଳ ବିୟୋଗ ପାରାଦୀପ ସାମ୍ବାଦିକ ମାନଙ୍କ ପାଇଁ ଏକ ଅପୁରଣିୟ କ୍ଷତି | ଏହି ଘଟଣା ପାରାଦୀପ ସମେତ କୁଜଙ୍ଗ ଏବଂ ଜଗତସିଂପୁର ଜିଲ୍ଲାର ସାମ୍ବାଦିକ ମାନଙ୍କୁ ମର୍ମାହତ କରିଛି । ଏହି ପରିପ୍ରେକ୍ଷୀରେ ତାଙ୍କ ଦଶାହ ଦିବସରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ବୁଧବାର ନୁଆବଜାର ସ୍ଥିତ ଅଟଳ ବିହାରୀ ବାଜପେୟି ଟ୍ରଷ୍ଟ ପରିସରରେ ଓଡିଶା ସାମ୍ବାଦିକ ସଂଘ ଓ ପାରାଦୀପ ପ୍ରେସ ମିଡ଼ିଆ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳ ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ସ୍ବାଇଁ ପୌରହିତ କରିଥିବା ବେଳେ ଉପସ୍ଥିତ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଅରୁଣ କୁମାର ଓଝା, ରତ୍ନାକର ଜେନା , ଶୁକଦେବ ଜେନା , ଅଜିତ କୁମାର ଦାସ , ଓ ପାରାଦୀପ ପତ୍ରକାର ପରିଷଦର ସଭାପତି ସଂଜୀବ କୁମାର ମିଶ୍ର ପ୍ରମୁଖ ସ୍ବର୍ଗତ ବାପିଙ୍କ ସ୍ମୃତି ଚାରଣ କରି ଥିଲେ l

ଖବର ସଂଗ୍ରହ ବେଳେ ସବୁବେଳେ ଚଳ ଚଞ୍ଚଳ ଥିଲେ, ଖବର ପଛରେ ସବୁବେଳେ ଦୌଡୁ ଥିଲେ । କିନ୍ତୁ ସେ ଆଜି ନିଜେ ଏକ ଖବର ପାଲଟି ଯାଇଛନ୍ତି। କୁହନ୍ତି ଦୁଃଖ କେବେ ଏକୁଟିଆ ଆସେ ନାହିଁ, ହେଲେ ଯିବା ବେଳକୁ ଗୋଟିଏ ହସ ଖୁସିର ପରିବାରକୁ ଏକୁଟିଆ କରି ଚାଲିଯାଏ। ଜନ୍ମ ଥିଲେ ମୃତ୍ୟୁ ତ ନିଶ୍ଚିତ ଏହା ତ ପ୍ରକୃତିର ନିୟମ, କିନ୍ତୁ ମୃତ୍ୟୁ ଏମିତିବି ଆସେ ଯାହାକୁ ବିଶ୍ୱାସ କରିବା କଷ୍ଟ ହୁଏ, ଯାହା ଏତେ କମ ବୟସରେ ରଶ୍ମି ଙ୍କ ଜୀବନରେ ଘଟିଛି ଦୁର୍ଘଟଣା ପରେ ତାଙ୍କର ପତ୍ନୀ ଏବଂ ଛୋଟ ଝିଅଟିକୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି l ସେ ଜଣେ କର୍ମନିଷ୍ଟ ସାମ୍ବାଦିକ ଭାବରେ ବେଶ୍ ଜଣାଶୁଣା ଥିଲେ | ଆଜିର ଶ୍ରଦ୍ଧାଞ୍ଜଳି ସଭାକୁ ପ୍ରେସ ମିଡ଼ିଆର ସଭାପତି ବସନ୍ତ କୁମାର ସାହୁ, ସୁରେନ୍ଦ୍ର ବିଶ୍ୱାଳ, ସମୀର କୁମାର ମହାନ୍ତି, ଜଗବନ୍ଧୁ ସ୍ୱାଇଁ, ଜଗନ୍ନାଥ ଶତପଥି, ପ୍ରଭାତ କୁମାର ମହାପାତ୍ର,ପ୍ରଶାନ୍ତ କୁମାର ଦାଶ, ସଞ୍ଜୟ କୁମାର ମିଶ୍ର, ହରିଶ ଶ୍ଚନ୍ଦ୍ର ଲେଙ୍କା, ଦାସ , ବିବେକାନନ୍ଦ ରାଉତ, ବିରାଜ ପ୍ରସାଦ ତ୍ରିପାଠୀ, ସୁଶାନ୍ତ କୁମାର ସ୍ୱାଇଁ, ବିରଜା ପ୍ରସାଦ ସେଠୀ , ଅବିଦ୍ ଖାନ , ପୁରୁଷୋତ୍ତମ ଶତପଥି , ଶୁଭ୍ରାଂଶୁ ଶେଖର ପୃଷ୍ଟି,ଓ ଓଡିଶା ପତ୍ରକାର ସଂଘ ର ଜଗତସିଂହପୁର ଜିଲ୍ଲା ସଭାପତି ମନୋଜ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅଧିକାଂଶ ସାମ୍ବାଦିକ ଉପସ୍ଥିତ ଥିଲେ l ସର୍ବଶେଷରେ ଓଡିଶା ସାମ୍ବାଦିକ ସଂଘ ପାରାଦୀପ ଶାଖାର ସଭାପତି କର୍ମେଶ୍ୱର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ମା ଶାରଳା ଓ ପ୍ରଭୁ ଜଗନ୍ନାଥ ଏଭଳି ବିପଦକୁ ସାମ୍ନା କରିବାକୁ ତାଙ୍କ ପରିବାରକୁ ଶକ୍ତି ଓ ସାହସ ପ୍ରଦାନ କରିବାକୁ ପ୍ରାର୍ଥନା କରିଥିଲେ l
paradeep ru prasanta dash nka report
