କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଅଭିଯୁକ୍ତକୁ ନିସ୍ତୁକ ମାଡ଼
କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଅଭିଯୁକ୍ତକୁ ନିସ୍ତୁକ ମାଡ଼। ଆଇନ କୁ ହାତକୁ ନେଲେ ମୃତକ ଙ୍କ ପରିବାର ଲୋକେ।ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତକୁ ପୋଲିସ ଉପସ୍ଥିତିରେ ନୁର୍ଦ୍ଧୁମ ପିଟିଛନ୍ତି। ପୁରୀ ନୂଆନଇ ନିକଟରେ ଘଟିଛି ଏଭଳି ଘଟଣା। ଗତ ରବିବାର ଜଣେ ଅଭିଯୁକ୍ତକୁ ପୁରୀ ଗଡିଶାଗୋଦା ଥାନା ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ ନୂଆନଇ ସ୍ପଟ୍ ଉପରକୁ ନେଇଥିଲା। ସିନ୍ ରିକ୍ରିଏସନ୍ ସାରି ଫେରିବା ବେଳେ ପୋଲିସ ଉପସ୍ଥିତିରେ ଅଭିଯୁକ୍ତକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ମୃତକଙ୍କ ପରିବାର ଲୋକେ। ପୋଲିସ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଏକାଧିକ ଲୋକ ଥିବାରୁ ଅଭିଯୁକ୍ତକୁ ସୁରକ୍ଷା ଦେବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତେବେ ଅଭିଯୁକ୍ତକୁ ସୁରକ୍ଷିତ ଭାବେ ପୋଲିସ ଘଟଣାସ୍ଥଳରୁ ନେବାରେ ସଫଳ ହୋଇଥିଲା। ଗତ ଫେବୃଆରୀ ୯ ତାରିଖ ରେ ପୁରୀ ର ଗଡିଶାଗୋଦା ଥାନା ଅଞ୍ଚଳରେ ଜ୍ବାଇଁ କୁ ଶ୍ବଶୁର ଅପହରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଝିଅ ଜଣେ ଯୁବକ କୁ ପ୍ରେମ ବିବାହ କରିଥିବା ବେଳେ ଏହାକୁ ଝିଅ ର ବାପା ମୋହନ ବେହେରା ଗ୍ରହଣ କରିପାରିନଥିଲେ।ସେ ନିଜ ଝିଅ କୁ ଅନ୍ୟ ସ୍ଥାନରେ ବିବାହ ଦେବା ପାଇଁ ମନସ୍ଥ କରିଥିଲେ। ଫଳରେ ସେ ଝିଅ ଭଲ ପାଈ ବିବାହ କରିଥିବା ଯୁବକ କୁ ଘରୁ ଡାକି ନେଇ କିଛି ସହଯୋଗୀ ଙ୍କ ସହାୟତା ରେ ହତ୍ୟା କରିଥିଲେ। ପରେ ପୁରୀ ନିକଟ ରେ ଥିବା ନୂଆ ନଈ ରେ ମୃତ ଦେହ କୁ ଭସାଇ ଦେଇଥିଲେ।

ତେବେ କ୍ରାଇମ୍ ସିନ୍ ରିକ୍ରିଏସନ ପାଇଁ ଗଡ଼ିଶାଗୋଦା ଥାନା ପୋଲିସ ଅଭିଯୁକ୍ତ ମୋହନ କୁ ଘଟଣା ସ୍ଥଳକୁ ଆଣିଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ମୃତକ ଙ୍କ ପରିବାର ଲୋକ ଏକାଠି ହୋଇ ଅଭିଯୁକ୍ତ ମୋହନ କୁ ପୋଲିସ ଉପସ୍ଥିତି ରେ ନିସ୍ତୁକ ମାଡ ମାରିଥିଲେ। ବହୁ କଷ୍ଟରେ ପୋଲିସ ଅଭିଯୁକ୍ତ ରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତେବେ ଏହି ଆକ୍ରମଣ ଭିଡିଓ ଭାଇରାଲ ହେବା ପରେ ସବୁ ଆଡ଼େ ଚର୍ଚ୍ଚାର ର ବିଷୟ ହୋଇଛି। ତେବେ ପୋଲିସ ଉପସ୍ଥିତି ରେ ଜଣେ ଅଭିଯୁକ୍ତ କୁ ମାଡ କୁ ନେଇ ପୋଲିସ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଅଭିଯୁକ୍ତ ଉପରେ ପ୍ରତିଶୋଧ ପରାୟଣ ହୋଇ କେହି ମାରଣାସ୍ତ୍ର ରେ ଜୀବନ ରେ ମାରିଦେବାକୁ ଉଦ୍ୟମ କରିଥାଆନ୍ତେ ତାହା ହେଲେ ବହୁତ୍ ବଡ ଅଘଟଣ ଘଟିଥାନ୍ତା। ଏଣୁ ଅଭିଯୁକ୍ତ କୁ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ ବେଳେ କଡା ସୁରକ୍ଷା ବ୍ୟବସ୍ଥା ରହିବା ଜରୁରୀ। ଯିଏ ଅପରାଧ କରିଛି ତାକୁ ଦଣ୍ଡ ଦେବା ପାଇଁ ଆଇନ ରହିଛି। ଯଦି ଲୋକ ମାନେ ଉତ୍ତେଜିତ ହୋଇ ଅଭିଯୁକ୍ତ କୁ ମାରିବାକୁ ଚେଷ୍ଟା କରିବେ କିଭଳି ପୀଡିତ ଙ୍କୁ ନ୍ୟାୟ ମିଳିବ। କିଭଳି ଅଭିଯୁକ୍ତ ଦଣ୍ଡ ପାଇବ। ଏଣୁ ଲୋକ ମାନେ ଆଇନ କୁ ହାତରେ ନେବା ଠିକ୍ ନୁହେଁ ବୋଲି ବୁଦ୍ଧିଜୀବି ମତବ୍ୟକ୍ତ କରିଛନ୍ତି।
ସେପଟେ ପୁରୀ ସଦର ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି, ଅଭିଯୁକ୍ତ କୁ କ୍ରାଇମସିନ୍ ରିକ୍ରିଏସନ ପାଇଁ ନୂଆ ନଈ କୁ ଅଣାଯାଇଥିଲା। ହତ୍ୟା କାଣ୍ଡର ଶିକାର ହୋଇଥିବା ଯୁବକ ର ଶବ କୁ ନଇ ରେ ହତ୍ୟାକାରୀ ଫିଙ୍ଗି ଦେଇଛି। ତେବେ ଆମେ ମୃତ ଦେହ ଖୋଜିବା କୁ ଚେଷ୍ଟା ଜାରି ରଖିଛୁ। ତେବେ ଅଭିଯୁକ୍ତ ଘଟଣା ସ୍ଥଳରେ ଆକ୍ରମଣ ଘଟଣା ରେ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଲୋକ ମାନେ ଆଇନ କୁ ହାତରେ ନେବା ଉଚିତ୍ ନୁହେଁ।
