ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୩୩ତମ ବାର୍ଷିକ ଉତ୍ସବ ଆୟୋଜିତ ଓ ବିଦ୍ୟାଳୟର ସର୍ବ ଶ୍ରେଷ୍ଠ ପୁରସ୍କାର ପ୍ରଦାନ।
ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୩୩ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହ ଆୟୋଜିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡ଼ଃ କୁମରବର ଦାସ (ପୂର୍ବତନ ଉପକୁଳପତି) ଓ ସମ୍ମାନିତ ଅତିଥି ଭାବେ ଡ଼ଃ ଗଗନ ବିହାରୀ ରାଉତ (ବୈଜ୍ଞାନିକ ଓ ସମାଜସେବୀ), ଶ୍ରୀ ବିଶେଷ ଅଗ୍ରୱାଲା (ଚେୟାରମ୍ୟାନ, ଭୁବନେଶ୍ୱର ନାଇଟ ରାଉଣ୍ଡ ଟେବୁଲ-୨୩୦), ଶ୍ରୀମତୀ ବନ୍ଦନା ପଣ୍ଡା ଓ ଶ୍ରୀମତୀ ଇତିଶ୍ରୀ ଦାସ ଉପସ୍ଥିତ ଥିଲେ।ବିଦ୍ୟାଳୟର ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ପ୍ରହରାଜ ବାର୍ଷିକ ବିବରଣୀ ପାଠ କରିଥିଲେ।ମୁଖ୍ୟ ବକ୍ତା ଡ଼ଃ କୁମରବର ଦାସ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀକୁ ପ୍ରଶଂସା କରିଥିବା ସହିତ ଅଭିଭାବକମାନଙ୍କୁ ଶିଶୁମାନଙ୍କ ଭଲ ଚରିତ୍ର ଗଢ଼ିଉଠିବା ପାଇଁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟର ସଭାପତି ଶ୍ରୀ ମଦନ ମୋହନ ଧଳ ବିଦ୍ୟାଳୟର ଐତିହ୍ୟ ଉପରେ ଆଲୋକ ପାତ କରିଥିଲେ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏହାକୁ ସକାରାତ୍ମକ ଭାବେ ନେଇ ସହଯୋଗ କରିବାକୁ ଆଶ୍ୱାସନ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ସର୍ବୋତ୍କୃଷ୍ଟ ଛାତ୍ରୀ ସାଇସ୍ମିତା ପାଣିଗ୍ରାହୀଙ୍କୁ “ସୁଜାତା ଛୋଟରାୟ ସ୍ମୃତି ପୁରସ୍କାର” ପ୍ରଦାନ କରାଯାଇଥିଲା।ଇଣ୍ଡିଆନ ଆଇଡଲ ର ସିଗଂର ଜ୍ୟୋତି ପ୍ରକାଶ ଓଝା ମଧ୍ଯ ଗୀତ ଗାଇ ଅଭିଭାବକ ମାନଙ୍କ ମନ ମୋହିଥିଲେ।ସେହିପରି ଓପିଟିସିଏଲ ର ଡିଜିଏମ ଇଞ୍ଜିନିୟର ଦିଲ୍ଲୀପ କୁମାର ଜେନା ଗରିବ ପିଲା ମାନେ କିପରି ପାଠ ପଢି ସମାଜର ଶ୍ରୋତରେ ଠିଆହେବେ ସେଥିପାଇ ତାଙ୍କର ଗୁଣ୍ଡୁଚି ମୂଷା ପରି ସାହାଜ୍ଯ ପାଇ ସମ୍ମାନିତ କରାଜାଇଥିଲାଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇ ଉପସ୍ଥିତ ଅଭିଭାବକମାନଙ୍କୁ ଆକର୍ଷିତ କରିଥିଲା। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ଶିକ୍ଷକମାନଙ୍କ ସକ୍ରିୟ ସହଯୋଗ ରହିଥିଲା ଓ ଶେଷରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା
