April 11, 2026
Home » ଓଡ଼ିଆ ପକ୍ଷ-୨୦୨୬: ବରଗଡ଼ ଜିଲ୍ଲାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ପକ୍ଷ-୨୦୨୬: ବରଗଡ଼ ଜିଲ୍ଲାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-04-10 at 9.19.32 PM

ବରଗଡ଼:ଓଡ଼ିଶାର ସମୃଦ୍ଧ ଲୋକକଳା ହେଉଛି ଓଡ଼ିଆ ଅସ୍ମିତାର ପରିଚୟ । ସାରା ବିଶ୍ୱରେ ଏହା ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି । ଲୋକକଳାର ଗୌରବ ବୃଦ୍ଧି କରିବା ସହ କଳାକାରମାନଙ୍କ ଅସୀମ ଦକ୍ଷତାକୁ ସମ୍ମାନିତ କରିବା ପାଇଁ ‘ଓଡ଼ିଆ ପକ୍ଷ’ ପାଳନ ଅବସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି ।ଏହି ପରିପ୍ରେକ୍ଷିରେ, ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ମୁଖ୍ୟାଳୟ ତଥା ସ୍ଥାନୀୟ ଟାଉନ ହଲ ଠାରେ ଏକ ସ୍ଵତନ୍ତ୍ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସ୍ଥାନୀୟ କଳାକାରଙ୍କ ସମେତ ବିଭିନ୍ନ ବିଦ୍ୟାଳୟ- ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ବରଗଡ଼ ଜିଲ୍ଲାର ସମୃଦ୍ଧ ଲୋକକଳା ତଥା ଦୁଲଦୁଲି, ସଂଚାର ଓ ଗୁଡକା ନାଚ ପ୍ରଦର୍ଶନ କରିଥିବା ବେଳେ ଆମ ଅଞ୍ଚଳର ଲୋକକଳାର ପ୍ରଚାର ଓ ପ୍ରସାରରେ ଅବଦାନ ଥିବା ଜିଲ୍ଲାର ବରିଷ୍ଠ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହିତ ସମସ୍ତେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଅଭାଷୀ ମାଧ୍ୟମରେ ଯୋଡି ହୋଇ ଓଡ଼ିଶାର ପ୍ରମୁଖ ଲୋକକଳା ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇ ଥିଲେ ।

ଅତିରିକ୍ତ ଜିଲ୍ଲାପାଳ ମଧୁଚନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ସଂଚାର କଳାର ସଂରକ୍ଷଣ ତଥା ପ୍ରଚାର ପ୍ରସାର କରିଥିବା ଜିଲ୍ଲାର ୫ ଜଣ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କରିବା ପରେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଲୋକକଳା କ୍ଷେତ୍ରରେ ବରଗଡ଼ ଜିଲ୍ଲା ଓଡ଼ିଶା ତଥା ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିପାରିଛି । ବରଗଡ଼ ଧନୁଯାତ୍ରା ମୋହତ୍ସବ ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ । ଏହି ମାଟିର ସମସ୍ତ କଳାକାରଙ୍କ ପରିଶ୍ରମ ଏବଂ ନିଷ୍ଠା ହିଁ ଆମ ଜିଲ୍ଲାର କଳା ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି । ତେଣୁ ସମସ୍ତେ ଆମ ସମୃଦ୍ଧ ଲୋକକଳା ନେଇ ମନରେ ଗର୍ବ ଅନୁଭବ କରିବା ସହ ଆଗାମୀ ଦିନରେ ଲୋକକଳା ଜିନିଷକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ସହ ଲୋକକଳାର ପ୍ରଚାର ଓ ପ୍ରସାରରେ ସାମିଲ ହେବା ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୋରଜ କୁମାର ଭୁଏ ଏବଂ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ତାହିର ହୁସେନ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *